ପାନ୍ କାର୍ଡ ଆବେଦନ ପାଇଁ ବାଧ୍ୟତାମୂଳକ ହେବନି ପିତାଙ୍କ ନାଁ : ଅତି ଶୀଘ୍ର ଲାଗୁ ହୋଇପାରେ ଏହି ନିୟମ

ପାନ କାର୍ଡରେ ହୋଇପାରେ ଏହି ବଡ ପରିବର୍ତ୍ତନ ।

210

ପାନ କାର୍ଡରେ ହୋଇପାରେ ଏହି ବଡ ପରିବର୍ତ୍ତନ । ଆୟକର ବିଭାଗ ବାପାଙ୍କ ନାମ ଉଲ୍ଲେଖ କରିବା ବାଧ୍ୟତାମୂଳକ ନୁହେଁ ବୋଲି ପ୍ରସ୍ତାବ ରଖିଛନ୍ତି । ଡ୍ରାଫ୍ଟରେ କୁହାଯାଇଛି କି ଆୟକର ନିୟମରେ ୧୧୪ନଂ ନିୟମରେ ପରିବର୍ତ୍ତନର ଆବଶ୍ୟକତା ଅଛି । ଏଥିରେ ଲେଖା ହୋଇଛି କି ସିଙ୍ଗଲ ମଦରଙ୍କ ପିଲାଙ୍କ ପାଇଁ ନାମ ଦେବା ବାଧ୍ୟତାମୂଳକ ନକରାଯାଉ ।

ପାନ୍ କାର୍ଡ ପାଇଁ ଆବେଦନ କରିବା ବେଳେ ପିତାଙ୍କ ନାମ ଉଲ୍ଳେଖ କରିବା ବାଧ୍ୟତାମୂଳକ ନୁହେଁ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଏକାକୀ ମା’ (ସିଙ୍ଗଲ ମଦର) ଦ୍ୱାରା ପାଳିତ ହୋଇଥିବା ପିଲାମାନେ ପାନ୍ କାର୍ଡ ଆବେଦନ କରିବା ବେଳେ ପିତାଙ୍କ ନାମ ଜଣାଇବା ବାଧ୍ୟତାମୂଳକ ନୁହେଁ। ଆୟକର ନିୟମରେ ସଂଶୋଧନ କରି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବର୍ଷକୁ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ କାରବାର କରୁଥିବା ସଂସ୍ଥାଗୁଡ଼ିକ ପାଇଁ ଏହି ବିଜ୍ଞପ୍ତି ଜରିଆରେ ପାନ୍ କାର୍ଡ ଆବେଦନକୁ ବାଧ୍ୟତାମୂଳକ କରାଯାଇଛି।