ବାପା ନା ସଇତାନ୍ ! ମୋମୋ ପାଇଁ ଜିଦ୍ ଧରିବାରୁ କେନାଲରେ ପୁଅକୁ ଫିଙ୍ଗିଦେଲା ମଦ୍ୟପ ବାପା

42

ବାପା ନାଁରେ କଳଙ୍କ । ମୋମୋ ପାଇଁ ଜିଦ୍ ଧରିବାରୁ ପୁଅକୁ କେନାଲରେ ଫିଙ୍ଗିଦେଲା ମଦ୍ୟପ ବାପା । ଦିଲ୍ଲୀର ଜୈତପୁର ଅଂଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ମଦ ନିଶାରେ ଜଣେ ବ୍ୟକ୍ତି ନିଜର ୬ ବର୍ଷର ପୁଅକୁ କେନାଲରେ ଫିଙ୍ଗି ଦେଇଛି । ଅକାରଣ ପୁଅ ମୋମୋ ଖାଇବା ପାଇଁ ଜିଦ୍ ଧରୁଥିଲା । ପୋଲିସ ଏବେ ଉକ୍ତ ବ୍ୟକ୍ତିଙ୍କୁ ପୁଅର ହତ୍ୟା ବିରୋଧରେ ଗିରଫ କରି ତିହାଡ଼ ଜେଲ ପଠାଇଦେଇଛି ।

ସୂଚନା ଅନୁସାରେ ୨୬ ମେ ସକାଳ ୧୦ରେ ଏନେଇ ପୋଲିସ ପାଖରେ ଖବର ପହଞ୍ଚିଥିଲା । ପୁଲିସରେ ଘଟଣାସ୍ଥଳେ ପହଂଚି ଯାଂଚ ଆରମ୍ଭ କରିଥିଲା । ପୋଲିସ କହିବା ଅନୁସାରେ ଅଭିଯୁକ୍ତ ଜଣକ ହେଲେ ୩୧ ବର୍ଷିୟ ସଞ୍ଜୟ ଅଲ୍ଲୀ । ସେ ରିକ୍ସା ଚଳାଇ ଗୁଜୁରାଟ ମେଂଟାଉଥିଲେ । ଅଭିଯୁକ୍ତ ସଞ୍ଜୟ ପରିବାର ସହ ମଦରପୁର ଖାଦରେ ରୁହନ୍ତି ।

ସୂଚନାଯୋଗ୍ୟ ଶନିବାର ଦିନ ଅଭିଯୁକ୍ତ ସଞ୍ଜୟ ପ୍ରଚୁର ପରିମାଣରେ ମଦ୍ୟପାନ କରଥିଲେ । କୌଣସି କାମ ଥିବା ଯୋଗୁଁ ସେ ଖାଦର ପୁଲିଆ ପାଖକୁ ଯାଇଥିଲେ । ଆଉ ତାଙ୍କ ୬ ବର୍ଷର ପୁଅ ମଧ୍ୟ ତାଙ୍କ ସାଥିରେ ଥିଲେ । ଆଉ ଏଥିମଧ୍ୟରେ ମୋମୋ ଖାଇବା ପାଇଁ ଛୋଟ ପୁଅ ଜିଦ୍ କରିଥିଲା । ତେବେ ଏଥିରେ ଅଭିଯୁକ୍ତ ଜଣକ ଉତକ୍ଷିପ୍ତ ହୋଇଯାଇଥିଲା । ଆଉ ମଦ ନିଶାରେ ଛୋଟ ପୁଅକୁ କେନାଲରେ ଫୋପାଡ଼ି ଦେଇଥିଲା । ପିଲାକୁ କେନାଲରେ ଫୋପାଡ଼ିବାର ଦେଖି ଲୋକେ ତାଙ୍କୁ ଖୁବ ଜୋରରେ ମାଡ଼ ମଧ୍ୟ ମାରିିଲେ ଓ ପୋଲିସ ଜିମା ଦେଇଥିଲେ । ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପୋଲିସ ଶିଶୁକୁ ଖୋଜିବା ପାଇଁ ଚେଷ୍ଟାକରିଥଲା । ପ୍ରାୟ ୨୪ ଘଂଟା ପରେ ରବିବାର ଦିନ ଶିଶୁର ଶବ ମିଳିଥିଲା । ଶବ ମିଳିବା ପରେ ପୋଲିସ ଅଭିଯୁକ୍ତକୁ ହତ୍ୟା ଆରୋପରେ ଗିରିଫ କରିଛି ।