ଜନ୍ମଦାତା ହିଁ ସାଜିଲେ ହତ୍ୟାକାରୀ ! ବାହାଘର ଦିନ ଝିଅକୁ ହତ୍ୟା କଲେ ବାପା, ଜାଣନ୍ତୁ କଣ ଥିଲା କାରଣ ।

107

ଜିଏ ଦିନେ ଝିଅର ହାତ ଧରି ଛୋଟରୁ ବଡ କରିଥିଲେ, ସିଏ ହିଁ ସାଜିଲେ ନିଜ ଝିଅର ହତ୍ୟାକାରୀ । କେରଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । କେରଳରେ ଅନର କିଲିଂ ର ଅତ୍ୟନ୍ତ ଦୁଃଖଦାୟକ ମାମଲା ସାମ୍ନାକୁ ଆସିଛି । ବାହାଘର ଦିନ ହିଁ ନିଜ ଝିଅକୁ ଛୁରୀ ଭୁସି ହତ୍ୟା କରିଛନ୍ତି ବାପା । ଝିଅକୁ ହତ୍ୟା କରିବା ପରେ ବାପା ଫେରାର ହୋଇଯାଇଥିଲେ । କିନ୍ତୁ ପୋଲିସ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ଘଟଣାଟି କେରଳର ମଲପୁରମ ଜିଲ୍ଲାରେ ଘଟିଛି । ଏହି ୨୨ ବର୍ଷୀୟ ପୀଡିତା ଅଥିରା, ଜଣେ ଦଳିତ ଯୁବକଙ୍କୁ ପ୍ରେମ କରୁଥିଲେ । ତେବେ ଝିଅଟିର ବାପା ୪୪ବର୍ଷୀୟ ରାଜନଙ୍କୁ ଏହି ପ୍ରସ୍ତାବ ମଞ୍ଜୁର ନଥିଲା । ଝିଅର ଏହି ପ୍ରେମ ସମ୍ପର୍କକୁ ନେଇ ଘରେ ଅଧିକାଂଶ ସମୟରେ ବିବାଦ ମଧ୍ୟ ଦେଖାଯାଉଥିଲା ।

ଏପରିକି ଘରର ଏହି ବିବାଦ ପୋଲିସ ପାଖକୁ ମଧ୍ୟ ପହଞ୍ଚିଥିଲା । ପୀଡିତା ଯେଉଁ ଦଳିତ ଯୁବକଙ୍କୁ ପ୍ରେମ କରୁଥିଲେ, ସେ ସେନାରେ ଜଣେ ଜବାନ ଥିବା ପୋଲିସ କହିଥିଲା । ଝିଅଟିର ବାପାଙ୍କୁ ଏହି ସମ୍ପର୍କ ପସନ୍ଦ ନଥିଲା । ପୋଲିସ ସାମ୍ନାରେ ମଧ୍ୟ ଉଭୟ ଝିଅ ଏବଂ ପୁଅ ର ପରିବାର ବର୍ଗଙ୍କ ମଧ୍ୟରେ ଏହି ବିବାଦକୁ ନେଇ ଆଲୋଚନା ହୋଇଥିଲା । ଏବଂ ଶେଷରେ ଦୁଇ ପରିବାର ଏହି ବିବାହ ପାଇଁ ସହମତି ପ୍ରକାଶ କରିଥିଲେ ।

କିନ୍ତୁ ବାପାଙ୍କ ମନରେ ଏହି ବିବାହକୁ ନେଇ ରହିଯାଇଥିଲା ଅଶାନ୍ତି । ଝିଅଟିର ବାହାଘର ଅରିକୋଡ ମନ୍ଦିରରେ ହେବା ପାଇଁ ସ୍ଥିର କରାଯାଇଥିଲା । ବିବାହ ଦିନ ମଧ୍ୟ ଏହି ବାହାଘରକୁ ନେଇ ଉଭୟ ବାପା ଓ ଝିଅ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଯୁକ୍ତିତର୍କ । ଆଉ ଏହା ପରେ ନିଜ ଝିଅକୁ ହତ୍ୟା କରିବାକୁ ପଛାଇ ନଥିଲେ ବାପା । ଛୁରୀରେ ଭୁସି ନିଜ ଝିଅକୁ ହତ୍ୟା କରିଦେଲେ ।

ଅଥିରାଙ୍କ ପେଟରେ ଛୁରୀରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଏହା ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।