ସ୍ୱପ୍ନ ମାନିଲାନି ସଂପର୍କ : ୧୬ ମାସର କ୍ୟାନ୍ସର ପୀଡିତା ଝିଅକୁ ବାହା ହେଲା ବାପା

53

ଝିଅଟିଏ ଜନ୍ମ ହେବା ସହ ବାପା ମନରେ ମଧ୍ୟ ଜନ୍ମ ହୋଇଥାଏ ଅସୁମାରୀ ସ୍ୱପ୍ନ । ଝିଅକୁ ବୋହୂ ବେଶରେ ଦେଖିବା ପାଇଁ ପ୍ରତ୍ୟେକ ବାପାର ଇଚ୍ଛା ଥାଏ । ହେଲେ ନିଜର ଏହି ସ୍ୱପ୍ନକୁ ପୂରା କରିବା ପାଇଁ ଜଣେ ବାପା ନିଜ ୧୬ ମାସର ଝିଅକୁ ବିବାହ କରିବା କେବେ ଶୁଣିଛନ୍ତି !

କିନ୍ତୁ ଏଭଳି ଏକ ଖବର ପ୍ରକାଶ କରିଛି ଦୈନିକ ଜାଗରଣ । ତେବେ ଏହି ଘଟଣାଟି ଯେତିକି ଆଶ୍ଚଯ୍ୟଜନକ ତାପଛର କାହାଣୀ ମଧ୍ୟ ସେତିକି ହୃଦୟସ୍ପର୍ଶୀ। ଲଣ୍ଡନର ଏଣ୍ଡି ବର୍ନାଡ଼ଙ୍କ ୧୬ ମାସର ଝିଅ ବ୍ରେନ୍ କ୍ୟାନ୍ସରରେ ପୀଡିତ । ମାତ୍ର ଆଉ ଅଳ୍ପ କିଛି ଦିନର ଅତିଥୀ ବୋଲି ଜାଣିବା ପରେ ଦୁଃଖରେ ଭାଙ୍ଗି ପଡିଥିଲେ ଏଣ୍ଡି। ଆଉ ଝିଅକୁ ବୋହୂ ରୂପରେ ଦେଖିବା ସ୍ୱପ୍ନ ଏବେ ଏଣ୍ଡିଙ୍କୁ ଟାଣିଆଣିଛି ବିବାହ ବେଦୀକୁ ବର ବେଶରେ। ମାତ୍ର ଝିଅକୁ ନେଇ ଦେଖିଥିବା ସ୍ୱପ୍ନକୁ ନିଜେ ବର ହୋଇ ପୂରଣ କରିବେ ବୋଲି ଆଶା କରି ନଥିଲେ ଏଣ୍ଡି।