ସଇତାନ ସାଜିଲା ବାପା ! ପାରିବାରିକ କଳହକୁ କେନ୍ଦ୍ର କରି ଝିଅର ହାତ ଗୋଡ ବାନ୍ଧି ତଂଟି କାଟି ହତ୍ୟା

37

କନକ ବ୍ୟୁରୋ : ସଇତାନ ସାଜିଲା ବାପା । ହାତ ଗୋଡ଼ ବାନ୍ଧି ଦାରେ ଝିଅର ବେକ କାଟି ହତ୍ୟା କଲା ବାପା । ବାରିପଦା ସଦର ଥାନା ଗୋବର୍ଦ୍ଧନପୁର ଗାଁରେ ଏଭଳି ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ୧୦ ବର୍ଷର ଝିଅର ନିର୍ମମ ହତ୍ୟା କରିଛି ବାପା । ଅଭିଯୁକ୍ତ ବାପା ସନିଆ ଦେହୁରୀକୁ ପୁଲିସ ଗିରଫ କରିଛି । ସାଇଟଂଫିକ ଟିମ ଘଟଣା ସ୍ଥଳରେ ପହଚିଂ ଛାନଭିନ ଆରମ୍ଭ କରିଛି ।

ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୋବର୍ଦ୍ଧନପୁର ଗାଁର ସନିଆ ଦେହୁରୀ( ୩୫ ବର୍ଷ)ଙ୍କର ୨ଝିଅ ଓ ଗୋଟିଏ ପୁଅ ଅଛନ୍ତି । ଅଧିକାଂଶ ସମୟରେ ସନିଆ ନିଜ ପିଲାମାନଙ୍କୁ ମାରଧର କରେ । ଗତକାଲି ରାତିରେ ମଧ୍ୟ ସନିଆ ପରିବାରର ସମସ୍ତଙ୍କୁ ମାରିବାକୁ ଗୋଡ଼ାଇବାକୁ ଚେଷ୍ଟା କରିବାରୁ ତାଙ୍କ ସ୍ତ୍ରୀ ଙ୍କ ସହିତ ପୁଅ ଝିଅ ଦୌଡ଼ି ବାହାରକୁ ପଳାଇ ଯାଇଥିଲେ । ମାତ୍ର ୧୦ ବର୍ଷର ଝିଅ ବାହାରକୁ ଯାଇ ନ ପାରିବାରୁ ତାଙ୍କୁ ଧରିପକାଇଥିଳା ସନିଆ । ଶେଷରେ ଘର ଭିତରେ ତାର ହାତଗୋଡ଼ ବାନ୍ଧି ତଣ୍ଟିକୁ ଏକ ଦାଆରେ କାଟି ହତ୍ୟା କରିଥିଲା ସନିଆ । ଏ ସମ୍ପର୍କରେ ମୃତ ଝିଅର ମା ଓ ଗ୍ରାମବାସୀମାନେ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ସନିଆ ଦେହୁରୀଙ୍କୁ ଗିରଫ କରିଛି ।