ବିବାହ ଖର୍ଚ୍ଚ ଉଠାଇବାକୁ ଅକ୍ଷମ ଥିଲା ବାପା, ଝିଅର ତଣ୍ଟି ଚିପି କଲା ହତ୍ୟା !

ହତ୍ୟା ପରେ ବାପା, ଝିଅର ଶବକୁ ଡ୍ରମରେ ଲୁଚାଇ ଦେଇଥିଲେ ।

208

ଇନ୍ଦୋରର ପରଦେଶୀପୁରାରେ ଜଣେ ବାପା ନିଜ ଝିଅର ହତ୍ୟା କରିଛନ୍ତି । କାହିଁକିନା ସେ ଝିଅର ବିବାହ ଖର୍ଚ୍ଚ ଉଠାଇବାକୁ ଅକ୍ଷମ ଥିଲେ । ହତ୍ୟା ପରେ ବାପା, ଝିଅର ଶବକୁ ଡ୍ରମରେ ଲୁଚାଇ ଦେଇଥିଲେ । ବାପାକୁ ନିଜ ପତ୍ନୀର ଚରିତ୍ର ଉପରେ ମଧ୍ୟ ସନ୍ଦେହ ଥିଲା । ସେଥିପାଇଁ ପତ୍ନୀ ଉପରକୁ ମଧ୍ୟ ମରଣାନ୍ତକ ଆକ୍ରମଣ କଲେ ଏବଂ ପରେ ନିଜେ ବିଷ ପିଇଦେଲେ । ୨ ଦିନ ପରେ ଯେତେବେଳେ ଅଚେତ ଅବସ୍ଥାରୁ ଫେରିଲେ, ସେତେବେଳେ ସେ ଜଣାଇଲେ କି, ଝିଅର ହତ୍ୟା ସେ କରିସାରିଛନ୍ତି ।

ଏଭଳି ଅଭାବନୀୟ କାଣ୍ଡ ଫିରୋଜ ଗାନ୍ଧୀ ନଗରରେ ହୋଇଛି । ବବଲେଶ ଅହିରୱାର ୮ମାସ ପୂର୍ବରୁ ହିଁ କାମର ସନ୍ଧାନରେ ଗୁନାରୁ ଇନ୍ଦୋର ଆସିଥିଲେ । ସେ ଏକ ରିଗଲ ତିରାହାରେ ଟାୱାରରେ ପାର୍କିଙ୍ଗ କର୍ମଚାରୀ ଅଛନ୍ତି । ସେ ଅନେକ ଦିନରୁ ନିଜର ୨୦ବର୍ଷୀୟ ଝିଅ, ରାନୀର ବିବାହକୁ ନେଇ ଚିନ୍ତିତ ଥିଲେ କି, ଖର୍ଚ୍ଚ କେମିତି ଉଠାଇବେ । ଏହା ସହିତ ତାଙ୍କୁ ତାଙ୍କ ପତ୍ନୀଙ୍କ ଚରିତ୍ର ଉପରେ ମଧ୍ୟ ସନ୍ଦେହ ଥିଲା ।

କିଛି ଦିନ ପୂର୍ବରୁ ବବଲେଶ କାମରୁ ଫେରିବା ପରେ ଝିଅକୁ ଘରେ ଏକୁଟିଆ ଦେଖି ବହୁତ ପିଟିଲେ ଓ ପୁଣି ଗଳା ଚିପି ତାଙ୍କର ହତ୍ୟା କରିଦେଲେ । ହତ୍ୟା ପରେ ଶବକୁ ପାଣି ରଖାଯାଉଥିବା ଡ୍ରମ ଭିତରେ ଲୁଚାଇଦେଲେ ଓ ତା’ ଉପରେ ରେଜେଇ-ଗଦା ରଖିଦେଲେ । ଯେତେବେଳେ ପତ୍ନୀ କାମରୁ ଫେରିଲେ, ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ବିଷ ପିଆଇବାକୁ ଉଦ୍ୟମ କଲେ । କିନ୍ତୁ ଏହି ମଧ୍ୟରେ ତାଙ୍କର ୧୮ ବର୍ଷୀୟ ପୁଅ ଆସିଗଲା । ପୁଅକୁ ଦେଖି ବବଲେଶ ନିଜେ ବିଷ ପିଇଦେଲେ ।