ବିନା ହେଲମେଟରେ ରାସ୍ତାରେ ଯାଉଥିଲେ ପୁଅ, ଟ୍ରାଫିକ ଜଗିଥିଲେ ବାପା ! ତା ପରର ଘଟଣା ସୃଷ୍ଟି କଲା ଏକ ନୂଆ ଅଧ୍ୟାୟ

39

ଭାରତୀୟ ଆଇନ ସବୁ ନାଗରିକଙ୍କ ପାଇଁ ସମାନ । ଆଇନ ଠାରୁ ଉଦ୍ଧ୍ୱର୍ରେ କେହି ନୁହେଁ । ଏହାକୁ ପ୍ରମାଣିିତ କରିଛନ୍ତି ଉତ୍ତରପ୍ରଦେଶ ଟ୍ରାଫିକ ପୋଲିସ କନେଷ୍ଟବଳ ରାମ ମେହେର ସିଂ । ଟ୍ରାଫିକ ନିୟମ ଭାଙ୍ଗୁଥିବା ଲୋକଙ୍କ ଚାଲାଣ କାଟୁଥିବା ରାମ ମେହେର ନିଜ ପୁଅଙ୍କ ନାଁରେ ମଧ୍ୟ ଚାଲାଣ କାଟିବାକୁ ପଛାଇନାହାନ୍ତି । ଏଭଳି କରି ରାମ ମେହେର ସଚ୍ଚୋଟତାର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଟ୍ରାଫିକ ନିୟମ ପାଳନ କରିନଥିବାରୁ ନିଜ ପୁଅଙ୍କ ନାଁରେ ଚାଲାଣର କାଟି ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ଗତ ବୁଧବାର ରାମ ମେହେର ଡ୍ୟୁଟି କରୁଥିବା ବେଳେ ବିନା ହେଲମେଟରେ ତାଙ୍କ ପୁଅ ସେହିବାଟେ ଯାଉଥିଲେ । ତେବେ ଟ୍ରାଫିକ ଲାଇନ ପାର କରିବା ପୂର୍ବରୁ ରାମ ମେହେର ନିଜ ପୁଅକୁ ଅଟକାଇଥିଲେ । ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ପୁଅକୁ ଅଟକାଇଥିଲେ ରାମ ମେହେର । ସେ ଚାହିଁଥିଲେ ବିନା ଚାଲାଣରେ ପୁଅକୁ ଛାଡି ଦେଇ ପାରିଥାନ୍ତେ । କିନ୍ତୁ ତାହା ବଦଳରେ ପୁଅଙ୍କ ନାଁରେ ଚାଲାଣ କାଟିଥିଲେ ରାମ ମେହେର । ସୂଚନା ଅନୁଯାୟୀ ବିନା ହେଲମେଟରେ ଯାତ୍ରା କରୁଥିବାରୁ ପୁଅଙ୍କ ନାଁରେ ୧୦୦ ଟଙ୍କାର ଚାଲାଣ କାଟିଥିଲେ ରାମ ମେହେର ।

ଏହି ସର୍ମ୍ପକରେ ରାମ ମେହେର କହିଛନ୍ତି, ପୁଅ ନାଁରେ ଚାଲାଣ କାଟିବା ପାଇଁ ତାଙ୍କୁ ଆଦୌ ସଙ୍କୋଚ ଲାଗିନଥିଲା । କାରଣ ଉପର ଅଧିକାରୀଙ୍କ ନିର୍ଦ୍ଦେଶରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ସମସ୍ତଙ୍କ ଚାଲାଣ କାଟିବାକୁ ତାଙ୍କୁ କୁହାଯାଇଥିଲା । ଯେତେବେଳେ ସେ ଟ୍ରାଫିକ ନିୟମ ଭାଙ୍ଗୁଥିବା ଅନ୍ୟ ଲୋକଙ୍କ ଚାଲାଣ କାଟୁଛନ୍ତି ସେତେବେଳେ ତାଙ୍କ ପୁଅ ସେଥିରୁ ବାଦ ପଡନ୍ତେ ବା କିପରି । ଏହାଛଡା ରାସ୍ତାରେ ଯିବା ବେଳେ ହେଲମେଟ ଦେବା ପାଇଁ ମଧ୍ୟ ପୁଅକୁ ପରାମର୍ଶ ଦେଇଥିଲେ ଟ୍ରାଫିକ କନେଷ୍ଟବଳ ରାମ ମେହେର । ଯଦି ଆଗକୁ କେବେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ତାଙ୍କ ଗାଡି ସିଜ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ ।