ପିତାଙ୍କ ଜୀବନର ଶେଷ ମୁହୂର୍ତ୍ତରେ ମଧ୍ୟ ହାର୍ ମାନିନଥିଲେ ଏହି ଆଥଲେଟ୍ ! ସ୍ୱର୍ଣ୍ଣପଦକ ଜିତିବା ପରେ ଅଙ୍ଗେନିଭା କଥାକୁ ବଖାଣିଥିଲେ ।

34

ସଟ୍ ପୁଟ୍ ଆଥଲେଟ୍ ତଜିନ୍ଦର ପାଲ୍ ସିଂହ ତୁର ଶନିବାର ୧୮ ତମ ଏସୀୟ କ୍ରୀଡାରେ ଭାରତରୁ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗର୍ବାନ୍ୱିତ କରିଛନ୍ତି । ସମ୍ପୁର୍ଣ୍ଣ ଦେଶ ତାଙ୍କର ଏହି ସଫଳତାରେ ଖୁସି ଥିବା ବେଳେ ତାଙ୍କ ପରିବାରରେ ଦୁଃଖର ଛାୟା ଖେଳିଯାଇଛି । ତାଙ୍କ ପିତା ବହୁ ସମୟରୁ କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି ଏବଂ ପଞ୍ଜାବର ଏକ ଡାକ୍ତରଖାନାରେ ଜୀବନର ଅନ୍ତିମ ସମୟ କାଟୁଛନ୍ତି । କିନ୍ତୁ ଦୁଃଖକୁ ଏଡାଇ ମଧ୍ୟ ପୁଅର ବାହାଦୁରିରେ ସେ ଖୁବ୍ ଖୁସି ଅଛନ୍ତି । ଏଭଳି ଦୁଃଖଦ ମୂହୁର୍ତ୍ତରେ ସେ ହାର୍ ନମାନି ଏସୀୟ କ୍ରୀଡାରେ ନିଜ ଦେଶପ୍ରତି ଗୌରବ ଆଣିଦେବା କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସଫଳତା ପରେ ତଜିନ୍ଦର କହିଥିଲେ, “ଏହି ପଦକ ମୋ ପାଇଁ ବହୁତ ବଡ ଉପଲବ୍ଧି ଅଟେ,ଏଥିପାଇଁ ମୋତେ ବହୁ ତ୍ୟାଗର ସାମ୍ମା କରିବାକୁ ପଡିଛି । ଗତ ଦୁଇବର୍ଷ ଧରି ମୋ ପିତା କର୍କଟ ରୋଗରେ ପୀଡିତ ଅଛନ୍ତି ଏହାସତ୍ତେ୍ୱ ମୋ ପରିବାର ଲୋକେ ମୋତେ ମୋ ଲକ୍ଷ୍ୟସ୍ଥଳୀରୁ କେବେ ପଥଚ୍ୟୁତ ହେବାକୁ ଦେଇନାହାନ୍ତି । ପରିବାର ଏବଂ ବନ୍ଧୁପରିଜନ ମୋତେ ଆଗକୁ ବଢିବା ପାଇଁ ପ୍ରୋତ୍ସାହିତ କଲେ ଯାହାର ଫଳ ମୋତେ ଆଜି ସ୍ୱର୍ଣ୍ଣପଦକ ରୂପେ ପ୍ରାପ୍ତ ହେଲା ।”