ପବିତ୍ର ସମ୍ପର୍କରେ ପାପର ଛିଟା ! ପୁଅବୋହୂଙ୍କ ଶୋଇବା ଘରେ କ୍ୟାମେରା ଲଗାଇ ଅଶ୍ଳୀଳ ଭିଡିଓ ତିଆରି କଲେ ଶଶୁର

164

ବିିଶ୍ୱାସରେ ବିଷ । ପବିତ୍ର ସମ୍ପର୍କରେ ପାପର ଛିଟା । ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଘଟିଛି ଇନ୍ଦୋର ସହରର ବିଜଲପୁର ଅଞ୍ଚଳରେ । ଏଠାରେ ଜଣେ ୨୮ ବର୍ଷିୀୟ ଜଣେ ବିବାହିତ ମହିଳା ନିଜ ଶଶୁରଙ୍କ ବରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସେ କହିଛନ୍ତି ତାଙ୍କ ଶୋଇବା ଘରେ କ୍ୟାମେରା ଲଗାଇ ଅଶ୍ଳୀଳ ଭିଡିଓ ତିଆରି କରିଛନ୍ତି ଶଶୁର । ଏପରି ଏକ ଖବର ପ୍ରକାଶ ପାଇଛି ରାଜସ୍ଥାନ ପତ୍ରିକାରେ ।

ଆଉ ଏବେ ସେହି ଭିଡିିଓକୁ ପର୍ଣ୍ଣ ସାଇଟରେ ଅପଲୋଡ କରିବାପାଇଁ ତାଙ୍କୁ ଧମକ ମଧ୍ୟ ହେଉଛନ୍ତି । ପୀଡିତା ଜଣକ ଏନେଇ ଇନ୍ଦୋର ଡିଆଇଜିଙ୍କ ପାଖରେ ଅଭିଯୋଗ କରିିଛନ୍ତି । ଖବର ଅନୁସାରେ ପୀଡିତା ୨୦ ମାର୍ଚ୍ଚ,୨୦୧୬ରେ କମ୍ପ୍ୟୁଟର କାରୋବାର କରୁଥିବା ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ବିବାହର କିଛି ମାସପରେ ହିଁ ତାଙ୍କ ଶଶୁର ଘର ଲୋକ ତାଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରି ଦେଇଥିଲେ ।

ପୀଡିତାଙ୍କ କହିବା ଅନୁସାରେ ଶଶୁରୁ ଘର ଲୋକେ ତାଙ୍କୁ ଛାଡପତ୍ର ନେବା ପାଇଁ ମଧ୍ୟ ଜୋର କରୁଥିଲେ । ଏସବୁ ପରେ ମଧ୍ୟ ସେମାନଙ୍କ ମନ ମାନିଲାନି ଯେ ତାଙ୍କ ଶଶୁର ତାଙ୍କ ବେଡରୁମର କବାଟ ଲଗାଇବା ପାଇଁ ମଧ୍ୟ ମନା କଲେ । ପରେ ଜଣାପଡିଲାକି ପୀଡିତାଙ୍କ ଶଶୁର ତାଙ୍କ ଶୋଇବାଘରେ ହିଡେନ କ୍ୟାମେରା ଲଗାଇ ଅଶ୍ଳୀଳ ଭିଡିଓ ତିଆରି କରିଛନ୍ତି । ଏହାସହ ସବୁବେଳେ ଶଶୁର ତାଙ୍କୁ କହୁଥିଲେ ମୋ ପାଖରେ ତୁମର ଅଶ୍ଳୀଳ ଭିଡିଓ ଅଛି ଏବଂ ସେହି ଭିଡିଓ କୁ ମୁଁ ପର୍ଣ୍ଣ ସାଇଟରେ ଭାଇରାଲ କରିଦେବି ।

ନେତାଙ୍କ ସହ ତାଙ୍କର ସୁସମ୍ପର୍କ ଅଛି ବୋଲି ଧମକାଉଥିବାର ପୀଡିତା ପ୍ରକାଶ କରିଛନ୍ତି । ଅଭିଯୁକ୍ତ ଶଶୁର କହୁଥିଲେ ମୋ ନାଁରେ ଅଭିଯୋଗ କଲେ ମୁଁ କୌଣସି ମତେ ମୁକଳିଯିବି ଆଉ ମୁକୁଳିବା ପରେ ତୁମକୁ ଶାନ୍ତିରେ ଜୀବନ ଜୀଇଁବା ପାଇଁ ଦେବିନି । ପୀଡିତାଙ୍କ ଅଭିଯୋଗ ପରେ ଡିଆଇଜି ଏହି ମାମଲାରେ ତଦନ୍ତ କରି ଅଭିଯୁୁକ୍ତଙ୍କ ବିରୋଧରେ କଡା କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।