ହ୍ୱାଟସଆପରେ ଫଟୋ ଭାଇରାଲ୍ ହୋଇ ମିଳିଲା ହଜିଲା ପୁଅ ! ସୋସିଆଲ ମିଡ଼ିଆ ଯୋଗୁଁ ବଦଳିଲା ଜୀବନ

59

ଅନେକଙ୍କ ମତରେ ସୋସିଆଲ ମିଡ଼ିଆରେ କେବଳ ଗୁଜବ ଖବର ପ୍ରଘଟ ହୁଏ । ଆପଣଙ୍କ ମନରେ ମଧ୍ୟ ଏପରି ଚିନ୍ତାଧାରା ନିଶ୍ଚୟ ବସା ବାନ୍ଧିଥିବ । ସୋସିଆଲ ମିଡ଼ିଆର ଏତେ ପ୍ରସାର ସତ୍ୱେ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ଅଛି ଯେ, ସୋସିଆଲ ମିଡ଼ିଆ ପାଇଁ ହିଁ ପ୍ରତିକୂଳ ପରିସ୍ଥିତି ଉପୁଜୁଛି । କିନ୍ତୁ କେବେ ଚିନ୍ତା କରିଛନ୍ତି କି ସୋସିଆଲ ମିଡ଼ିଆ ଯୋଗୁଁ ଅନେକ ଭଲ ଖବର ମଧ୍ୟ ଆସୁଛି । ହଜିଲା ଲୋକଙ୍କୁ ପାଇପାରୁଛନ୍ତି ଲୋକେ, କେବଳ ସୋସିଆଲ ମିଡ଼ିଆ ଯୋଗୁଁ । ଏପରି କିଛି ଦେଖିବା ପାଇଁ ମିଳିଛି ଉତ୍ତରାଖଣ୍ଡର ହଲଦ୍ୱାନୀରେ ସହରରେ । ମାର୍ଚ୍ଚ ମାସରେ ହାଇଦ୍ରାବାଦର  ଏକ ସାତ ବର୍ଷର ବାଳକ ନିଖୋଜ ହୋଇଯାଇଥିଲା । ତେବେ ମାର୍ଚ୍ଚ ମାସରେ ଉକ୍ତ ବାଳକକୁ ପାଇ ଜଣେ ଯୁବକ ପୋଲିସରେ ଜିମାଥିଲେ । ଏବଂ ହ୍ୱାଟସଆପରେ ଫଟୋ ଦେଇ ପିଲାଙ୍କୁୁ ଖୋଜିବା ପାଇଁ ଅନୁରୋଧ କରିଥିଲେ ।

ଆପଣ ଜାଣନ୍ତି ବର୍ତ୍ତମାନ ସୋସିଆଲ ମିଡ଼ିଆର ଶକ୍ତିି କେତେ । କିଛି ବି ଫଟୋ କିମ୍ବା ଭିଡ଼ିଓ ଆସିଲେ ବହୁତ ଯଲଦି ତାହା ଭାଇରାଲ ହୋଇଯାଉଛି । ତେବେ ଉକ୍ତ ବାଳକର ଫଟୋ ଭାଇରାଲ ହେବା ପରେ ହାଇଦ୍ରାବାଦ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ନିଖୋଜ ହୋଇଥିବା ବାଳକର ବାପାଙ୍କ ପାଖରେ ମଧ୍ୟ ପହଞ୍ଚିଥିଲା ଫଟୋ । ହ୍ୱାଟସଆପରୁ ସୂଚନା ପାଇ ହାଇଦ୍ରବାଦ ମେହବୁବ ନଗର ନିବାସୀ ମୋ.ସାବୀର ନାମକ ବ୍ୟକ୍ତି ହଲଦ୍ୱାନୀ ପହଞ୍ଚିଥିଲେ । ସାବୀର କହିଥିିଲେ ୨୧୦୪ରେ ତାଙ୍କୁ ପୁଅ ମୋଇନ ନିଖୋଜ ହୋଇଯାଇଥିଲା । ସେବେଠାରୁ ସେ ଆଜି ପର୍ଯ୍ୟନ୍ତି ମୋଇନକୁ ଖୋଜୁଛନ୍ତି । କିଛି ସମୟ ପୂର୍ବରୁ ସେ ତାଙ୍କ ପୁଅ ମୋଇନ୍ ଆଜମେରରେ ଥିବାର ସୂଚନା ପାଇଲେ । ସେ ଆଜମେର ଆସି ମୋଇମକୁ ଖୋଜିଥିଲେ କିନ୍ତୁ, ମୋଇମଙ୍କୁ ସେଠାରେ ପାଇଲେ ନାହିଁ ।

ସୋସିଆଲ ମିଡ଼ିଆ ପାଇଁ ହେଉ କିମ୍ବା ଭଗବବାନଙ୍କ କୃପାରୁ ହେଉ ମୋଇନର ଫଟୋ ହ୍ୱାଟସଆପ ଗ୍ରୁପରେ ଭାଇରାଲ ହୋଇ ତାଙ୍କ ପାଖରେ ପହଞ୍ଚିଥିଲା । ଫଟୋରେ ମୋଇନର ପଛ ପଟେ ଥିବା ଏକ୍ ସ୍କୁଟରରୁ ଜଣାପଡ଼ିଲା ତାହା ହଲ୍ଦ୍ୱାନୀର ରେଜିଷ୍ଟ୍ରେସନ ନମ୍ବର । ଏହି ନମ୍ବର ଆଧାରରେ ରଖି ପୋଲିସ ସ୍କୁଟି ମାଲିକଙ୍କର ପତ୍ତା ଲଗାଇଥିଲେ । ପତ୍ତାରୁ ଜଣାପଡ଼ିଲା ଏହା ବଦ୍ରୀପୁରାର ଦେବେନ୍ଦ୍ର ସୌନୀଙ୍କର । ମୋ.ସାବୀରଙ୍କ ସହ ପୋଲଇ ଦେବନ୍ଦ୍ରେଙ୍କ ପାଖରେ ବହଞ୍ଚିଲେ । ଏବଂ ମୋଇନଙ୍କ ବିଷୟରେ ପଚାରିଥିଲେ । ଦେବେନ୍ଦ୍ର କହିଲେ ୨୬ ମାର୍ଚ୍ଚରେ ସେ ମୋଇମକୁ ପାଇଥିଲେ ଓ ତାଙ୍କୁ ପୋଲିସର ଜିମା ଦେଇଥିଲେ ।