ବାପା ଅଟୋ ଡ୍ରାଇଭର, ପୁଅ ଝିଅ ଆଇଆଇଟିରେ ଅର୍ଜନ କଲେ ସୁନାମ ! ପିଲାମାନଙ୍କ ସଫଳତା ରଖିଲା ବାପାଙ୍କ ପରିଶ୍ରମର ମୂଲ୍ୟ ।

45

ପିଲାମାନଙ୍କୁ ନେଇ ବାପା ମା’ ଅନେକ ସ୍ୱପ୍ନ ଦେଖିଥାନ୍ତି । କିଏ ନିଜ ପିଲାମାନଙ୍କୁ ଡାକ୍ତର କରିବାକୁ ଚାହାନ୍ତି ତ ଆଉ କିଏ ଇଞ୍ଜିନିୟର, ଓକିଲ ଇତ୍ୟାଦି । ଏପରି ପରିସ୍ଥିତିରେ ଏକ ଅଟୋ ଡ୍ରାଇଭର ତାର ଚାରି ଚାରୋଟି ପିଲାଙ୍କୁ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା ଖୁବ କଷ୍ଟକର ହୋଇଥାଏ । ଗ୍ୱାଲିୟରରେ ବାସ କରୁଥିବା ଏକ ଅଟୋ ଡ୍ରାଇଭର ସୋହନଲାଲ ବର୍ମାଙ୍କ ୫ଟି ପିଲା ଅଛନ୍ତି । ଏହି ୫ ଜଣଙ୍କ ମଧ୍ୟରୁ ତିନି ଝିଅ ଏବଂ ଜଣେ ପୁଅ ଇଞ୍ଜିନିୟର ହେବାରେ ସଫଳତା ହାସଲ କରିଛନ୍ତି । ବଡ ଝିଅ ଆଇଆଇଟି ରୁଡକୀରେ ପ୍ରୋଜେକ୍ଟ ଆସୋସିଏଟ ହୋଇ ପାରିଛନ୍ତି । ଆଉ ଜଣେ ଝିଅ ଏବେ ବିଟେକ କରୁଥିବା ବେଳେ ଏକମାତ୍ର ପୁଅ ସୁର୍ଯ୍ୟକାନ୍ତ ଚଳିତ ବର୍ଷ ରୁଡକୀରୁ ବିଟେକ ଶେଷ କରି ବାଙ୍ଗାଲୋରରେ ମାସକୁ ୧୦ ଲକ୍ଷ ଦରମା ପ୍ୟାକେଜରେ ତାଙ୍କର ପ୍ରଥମ ଚାକିରି ଆରମ୍ଭ କରିଛନ୍ତି । ଏବଂ ସବୁଠୁ ଛୋଟ ଝିଅ ଦଶମ ଶ୍ରେଣୀରେ ପାଠ ପଢି ପରୀକ୍ଷାରେ ୮୮ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସୋହନଲାଲଙ୍କ ପୁଅ ସୂର୍ଯ୍ୟକାନ୍ତ କହନ୍ତି, ବାପାଙ୍କ ପାଖରେ ଏତେ ଟଙ୍କା ନଥିଲା କି ସେ ଆମର କୋଚିଂ ଫି ଦେଇପାରିବେ । କିନ୍ତୁ ବାପା ବହୁ କଷ୍ଟ କରି ଟଙ୍କା ସଞ୍ଚୟ କରି ପାଠ ପଢାଇଛନ୍ତି । ଯାହାଫଳରେ ଆଜି ମୁଁ ୧୦ ଲକ୍ଷ ଟଙ୍କା ଦରମାରେ ମୁଁ ମୋର ପ୍ରଥମ କ୍ୟାରିୟର ଆରମ୍ଭ କରିପାରିଛି । ବାପା ମା ଆମ ପାଇଁ ଦିନ ରାତି ବହୁ କଷ୍ଟ କରିଛନ୍ତି । ବାପା ନିଜେ ବହୁ କଷ୍ଟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ବେଳେ ଆମକୁ ଟ୍ୟୁସନ କରିଛନ୍ତି । ସକାଳେ ଅଟୋ ନେଇ କାମକୁ ଯାଆନ୍ତି ଏବଂ ରାତିରେ ଘରକୁ ଫେରି ଆମକୁ ଟ୍ୟୁସନ କରନ୍ତି । ମା’ ପାଠ ନପଢିଥିବାରୁ ଆମ ପାଠ ପଢାର ସମସ୍ତ ଦାୟିତ୍ୱ ବାପା ନେଉଥିଲେ ।

ସେ ଏହା ମଧ୍ୟ କହିଛନ୍ତି ଆମେ ସବୁ ଭାଇ ଭଉଣୀ ପ୍ରଥମରୁ ଓଡିଆ ମିଡିୟମରେ ପଢି ଆସିଛୁ । ସେଥିପାଇଁ ପ୍ରଥମରୁ ବାପା ଆମକୁ ଗଣିତ, ଇଂରାଜୀ ଏବଂ ବିଜ୍ଞାନ ପଢାଇ ଆମର ମୂଳଦୁଆକୁ ମଜବୁତ କରିଥିଲେ । ଯାହା ଫଳରେ ଆଗକୁ ଯାଇ ଆମ ପାଇଁ ସବୁକିଛି ସହଜ ହୋଇଯାଇଥିଲା । ଏବେ ସୂର୍ଯ୍ୟକାନ୍ତ ଗରିବ ଲୋକଙ୍କ ପିଲା ମାନଙ୍କୁ ଆଇଆଇଟିରେ ପ୍ରବେଶ କରାଇବା ପାଇଁ ଗ୍ୱାଲିୟରରେ ଏକ କୋଚିଂ ସେଣ୍ଟରର ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି । ଯାହା ଫଳରେ ଗାଁର ଅନେକ ପିଲା ଉପକୃତ ହୋଇପାରିବେ ।