ଚା’ ପତି ବଦଳରେ ପକାଇଲେ କୀଟନାଶକ : ବାପ-ଝିଅ ମୃତ, ମାଆ ଅଚେତ୍

180

ଉତ୍ତର ପ୍ରଦେଶର କନୌଜ ଜିଲ୍ଲାର ଏକ ଗାଁରେ ସକାଳେ ଘରେ ତିଆରି ହୋଇଥିବା ଚା’ ପିଇବା ଦ୍ୱାରା ବାପ-ଝିଅଙ୍କ ମୃତ୍ୟୁ ହୋଇଛି ଓ ମାଆ ବେହୋସ ହୋଇଯାଇଛନ୍ତି । ପଡୋଶୀ ଗମ୍ଭୀର ଅବସ୍ଥାରେ ମହିଳାଙ୍କୁ ହସପିଟାଲରେ ଭର୍ତ୍ତି କରାଇଛନ୍ତି । ସୂଚନା ପାଇ ପୁଲିସ ଘଟଣାର ତଦନ୍ତ କରୁଛି । ଚା’ରେ ଚା’ ପତି ବଦଳରେ କୀଟନାଶକ ଫୋରାଡେକ୍ସ ପକାଇବାର ଆଶଙ୍କା କରାଯାଉଛି । ପୁଲିସ ଚା’ କୁ ଯାଂଚ ପାଇଁ ପଠାଇଛି ।

ସୂଚନା ମୁତାବକ, ରନବା ଗ୍ରାମର ରୋଶନ ଧୋବୀ(୪୫), ନିଜ ପତ୍ନୀ ମଂଜୁ(୩୮) ଏବଂ ଝିଅ(୫) ସହିତ ରହୁଥିଲେ । ନିତିଦିନ ଭଳି ମଂଜୁ ସେଦିନ ଚା’ ତିଆରି କରିଥିଲେ, ଯାହାକୁ ୩ଜଣ ପିଇଥିଲେ । କିନ୍ତୁ ଚା’ ପିଇବା ପରେ ମଂଜୁ, ସ୍ୱାମୀ ଓ ଝିଅକୁ ଅଚେତ୍ ହେବା ଦେଖିଲେ । ଉଭୟଙ୍କ ଅବସ୍ଥା ଦେଖି ମଂଜୁ ଜୋରରେ ଚିତ୍କାର କଲେ । ଚିତ୍କାର ଶୁଣି ପଡୋଶୀ ଧାଇଁ ଆସିଲେ ଓ ସମସ୍ତ ସୂଚନା ଦେଲେ । ଏମଧ୍ୟରେ ସ୍ୱାମୀ ଓ ଝିଅ ପ୍ରାଣ ହରାଇଲେ ଓ ମଂଜୁ ବେହୋସ ହୋଇଗଲେ । ପଡୋଶୀ ମାନେ ଗମ୍ଭୀର ଅବସ୍ଥାରେ ମଂଜୁଙ୍କୁ ଡାକ୍ତରଖାନା ନେଇକି ଗଲେ ।