ବର୍ଷା ଆଣିଦେଲା ବିପତ୍ତି : ସମ୍ବଲପୁର ଅଇଁଠାପାଲିରେ କାନ୍ଥପଡି ବାପ-ଝିଅ ମୃତ

28

କନକ ବ୍ୟୁରୋ : ବର୍ଷା ଆଣିଦେଲା ବିପତ୍ତି । କାନ୍ଥପଡି ବାପ-ଝିଅଙ୍କ ଚାଲିଗଲା ଜୀବନ । ସମ୍ବଲପୁର ଅଇଁଠାପାଲିରେ ଘଟିଛି ଏପରି ଅଭାବନୀୟ ଘଟଣା । ଡେନସର୍ଗି ଗାଁରେ କାନ୍ଥ ପଡିଯିବାରୁ ଗୋଟିଏ ପରିବାରର ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଦୁଇଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ଚଂଚଳ ପ୍ରଧାନ ଓ ତାଙ୍କ ଝିଅ ଭାଗ୍ୟ ପ୍ରଧାନ ।

ଚଂଚଳଙ୍କ ଘରକୁ ଲାଗି ଅନ୍ୟ ଜଣଙ୍କ ଘର ତିଆରି ହେଉଥିବା ବେଳେ ନିର୍ମାଣାଧିନ ଘରର କାନ୍ଥ ପଡିଯାଇଥିଲା । ବିଳମ୍ବିତ ରାତି ଯାଏ ବର୍ଷା ହେବାରୁ କାନ୍ଥଟି ଚଂଚଳଙ୍କ ଘର ଉପରେ ପଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ଚଂଚଳଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲ ନେବା ବାଟରେ ତାଙ୍କ ଝିଅର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି ।