ବାପ-ପୁଅଙ୍କୁ ହୋଇଛି ଏକ ବିରଳ ରୋଗ, ଯେଉଁଥିରେ ଜୋତା ପିନ୍ଧିିବାକୁ ତାଙ୍କୁ ଲାଗେ ଡର : ଜାଣନ୍ତୁ ଦୁନିଆର ଏହି କଷ୍ଟଦାୟକ ଦୁର୍ଲଭ ରୋଗ

35

ବ୍ରିଟେନ୍ ର ଟମ୍ ବେକର୍ ଓ ତାଙ୍କ ୯ ବର୍ଷୀୟ ପୁଅ ଟିମୁଥିଙ୍କୁ ଜୋତା ପନ୍ଧିିବାକୁ ଡର ଲାଗେ । ଦୁହିଁଙ୍କ ପାଦର ଅବସ୍ଥା ଏମିତି ଯେ, ଦେଖିବା ଲୋକ ଡରି ଯାଆନ୍ତି । ପ୍ରକୃତରେ ଏହି ବାପ-ପୁଅଙ୍କୁ ଦୁନିଆର ସବୁଠାରୁ ବିରଳ ରୋଗ Pachyonychia Congenita  ହୋଇଛି । ମିଡିଆ ରିପୋର୍ଟସ ଅନୁସାରେ, ଦୁନିଆର ଏକ ଅରବ ଲୋକଙ୍କ ମଧ୍ୟରୁ ୬୦୦ ଲୋକଙ୍କୁ ଏହି ରୋଗ ହୋଇଥିବାର ମାମଲା ସାମନାକୁ ଆସିଛି ।

ବୈଜ୍ଞାନିକଙ୍କ ମୁତାବକ, ଏହା ଏକ ପ୍ରକାରର ଜେନେଟିକ୍ ଡିସଅର୍ଡର, ଯାହା ବ୍ୟକ୍ତିର ଜିନ୍ କୁ ପ୍ରଭାବିତ କରେ । ଏହି ଡିସଅର୍ଡର ଦ୍ୱାରା ବ୍ୟକ୍ତିର ଶରୀରରେ କେରାଟିନ୍ ନାମକ ତତ୍ୱ ସୃଷ୍ଟି ହୋଇଥାଏ, ଯାହା ନଖ ଓ ଚମଡାରେ ପାଇବାକୁ ମିଳେ ।

ଏହି ରୋଗରେ ପୀଡିତ ଟିମ୍ ଓ ତାଙ୍କ ପୁଅକୁ ପ୍ରତି ସପ୍ତାହରେ ତାଙ୍କର ପାଦର ଚମଡା କାଟିବାକୁ ପଡେ । ସେମାନଙ୍କୁ ଏତେ ଯନ୍ତ୍ରଣା ହୁଏ ଯେ, ସେମାନେ ଶୋଇ ବି ପାରନ୍ତିନି । ଟମ୍ କୁହନ୍ତି କି ସେ ଅଧିକ ସମୟ ଚାଲି ବି ପାରନ୍ତିନି, କାହିଁକିନା ଏମିତି କରିବା ଦ୍ୱାରା ତାଙ୍କ ପାଦର ଚମଡା ଛିଣ୍ଡେ ଓ ସେହି ବ୍ୟଥା ଅସହନୀୟ ହୋଇପଡେ ।