ଫାଷ୍ଟଫୁଡ ଖାଉଛନ୍ତି କି ? ତେବେ ସାବଧାନ ! ହୋଇପାରେ ସାଙ୍ଘାତିକ ରୋଗ ।

110

ଦିନକୁ ଦିନ ଫାଷ୍ଟଫୁଡର ଚାହିଦା ବଢି ବଢି ଚାଲିଛି । ଲୋକମାନେ ଘରେ ଖାଦ୍ୟ ପ୍ରସ୍ତୁତ କରିବା ପରିବର୍ତ୍ତେ ବାହାରୁ କିଣି ଖାଇବାକୁ ବେଶି ପସନ୍ଦ କରୁଛନ୍ତି । ଏପରି କରିବା ଦ୍ୱାରା ସମୟ ବଞ୍ଚିଥାଏ କିନ୍ତୁ ଏହା ସ୍ୱାସ୍ଥ୍ୟ ପ୍ରତି ଅନେକ କ୍ଷତିକାରକ ଅଟେ । ଅଦିକ ମସଲାଯୁକ୍ତ ଖାଦ୍ୟ ଏବଂ ଫାଷ୍ଟଫୁଡ ଶରୀରକୁ ପୋଷଣ ଯୋଗାଇବା ପରିବର୍ତ୍ତେ  ଶରୀରରେ ରୋଗ ବଢାଇଥାଏ । ଏବଂ ଏହାର କାରଣ ହେଉଛି ଏଥିରେ ଭିଟାମିନ ଏବଂ ପ୍ରୋଟିନର ମାତ୍ରା ବହୁତ କମ ଥାଏ । ଏମିତିକି ଅଧିକ ଫାଷ୍ଟଫୁଡ ଖାଇବା ଦ୍ୱାରା ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ପ୍ରଭାବିତ ହୋଇଥାଏ । ଫାଷ୍ଟଫୁଡ ଖାଇବା ଦ୍ୱାରା ଶରୀରରେ ଅନେକ କ୍ଷତି ହୋଇଥାଏ ।

କ୍ରମାଗତ ଭାବେ ଫାଷ୍ଟଫୁଡ ଖାଇବା ଦ୍ୱାରା ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହୋଇଥାଏ । କେତେକ ଲୋକ ଦିନରେ ଦୁଇ ଦୁଇ ଥର ମଧ୍ୟ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏପରି କରିବା ଦ୍ୱାରା ସେମାନଙ୍କର ପାଚନ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । ପ୍ରତିଦିନ ଫାଷ୍ଟଫୁଡ ସେବନ କରିବା ଦ୍ୱାରା ଡାଇବେଟିସ ହେବାର ମଧ୍ୟ ଆଶଙ୍କା ରହିଛି । ଏଥିପାଇଁ ଏହି ସବୁ ଖାଦ୍ୟରୁ ଦୂରେଇ ରହିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

ଫାଷ୍ଟଫୁଡ ଖାଇବା ଦ୍ୱାରା ଶରୀରର ଓଜନ ମଧ୍ୟ ବଢିବାରେ ଲାଗିଥାଏ । ଏହା କେତେବେଳେ ହୋଇଥାଏ ତାହା ଜଣାପଡିନଥାଏ । ଏହି କାରଣରୁ ଶରୀରରେ ଆହୁରି ଅନେକ ରୋଗ ଜନ୍ମ ହୋଇଥାଏ । ଓଜନ ବଢିବା କାରଣରୁ ହୃଦରୋଗର ଆଶଙ୍କା ବଢି ଯାଇଥାଏ । ଅଧିକ ଫାଷ୍ଟଫୁଡ ଖାଇବା ଦ୍ୱାରା ରକ୍ତ ସଂଚାରରେ ମଧ୍ୟ ପ୍ରଭାବ ପଡିଥାଏ । ଏମିତିକି ଅନେକ ଥର ମସ୍ତିଷ୍କ ପର୍ଯ୍ୟନ୍ତ ରକ୍ତ ପହଞ୍ଚିନଥାଏ ଆଉ ଏପରି ହେବା ଦ୍ୱାରା ପାରାଲିସିସ ହେବାର ଆଶଙ୍କା ମଧ୍ୟ ରହିଛି । ଏହି ସ୍ଥିତି ଆପଣଙ୍କ ଜୀବନ ମଧ୍ୟ ନେଇଯାଇପାରେ ।

ପ୍ରଥମେ ଅସ୍ଥମା କେବଳ ବଡ ଲୋକମାନଙ୍କୁ ହେଉଥିଲା କିନ୍ତୁ ଏବେ ଏହା ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ହେବାରେ ଲାଗିଛି । ଅସ୍ଥମା ପୀଡିତମାନଙ୍କୁ ଫାଷ୍ଟଫୁଡରୁ ଦୂରେଇ ରଖିବା ନିତ୍ୟାନ୍ତ ଆବଶ୍ୟକ । କ୍ରମାଗତ ଭାବେ ଫାଷ୍ଟଫୁଡ ସେବନ କଲେ କ୍ୟାନ୍ସର ଭଳି ସାଙ୍ଘାତିକ ରୋଗ ହେବାର ମଧ୍ୟ ଅନେକ ସମ୍ଭାବନା ରହିଛି ।