ବେଡସିଟ ଭଳି ପୋଷାକ ପିନ୍ଧି ଚର୍ଚ୍ଚାରେ ଶ୍ରୀଦେବୀ

32

ଶ୍ରୀଦେବୀଙ୍କ ଆଉ ଏକ ଫ୍ୟାଶନ ବ୍ଲଣ୍ଡର । ନିକଟରେ ରିଲିଜ ହୋଇଥିବା ‘ମମ୍ମି’ ଫିଲ୍ମ ଫେଷ୍ଟିଭାଲରେ କଙ୍ଗନା ରଣାୱତ, ହୁମା କ୍ୟୁରେସି,ଡାଏନା ପେଂଟିଙ୍କୁ ପୋଷାକକୁ ନେଇ ଦର୍ଶକଙ୍କ ମଧ୍ୟରେ ଚର୍ଚା ହୋଇଥିଲା । ଏଠାରେ ଉପସ୍ଥିତ ଥିବା ଶ୍ରୀଦେବୀଙ୍କ ଡ୍ରେସ ଟିକେ ନିରାଶାଜନକ ରହିଥିଲା । ପୂର୍ବରୁ ମଧ୍ୟ ଶ୍ରୀଦେବୀଙ୍କ ଡ୍ରେସକୁ ନେଇ ଚର୍ଚା ହୋଇଛି । କେତେବେଳେ ଓଭର ସାଇଜ ଡ୍ରେସ ତ ଆଉ କେତେବେଳେ ଅଜବ ଧରଣର ପ୍ରିଂଟ ଥିବା ଡ୍ରେସ ପିନ୍ଧି ଦର୍ଶକଙ୍କ ମହଲରେ ଚର୍ଚାରେ ରହିଛନ୍ତି ଶ୍ରୀଦେବୀ ।

ଡିଜାଇନର ଅନାମିକା ଖାନ୍ନାଙ୍କ ଦ୍ୱାରା ପ୍ରସ୍ତୁତ ଫ୍ଲୋରାଲ ପ୍ରିଂଟ ପ୍ୟାଂଟ ସହ ମ୍ୟାଚିଙ୍ଗ କୂର୍ତା ପିନ୍ଧି ମମ୍ମି ଫିଲ୍ନ ପ୍ରମୋଶନ ଉତ୍ସବରେ ପହଂଚିଥିଲେ ଅଭିନେତ୍ରୀ ଶ୍ରୀଦେବୀ । ଯାହା ଗୋଟିଏ ବେଡସିଟ୍ କପଡା ଭଳି ଦେଖାଯାଉଥିଲା । ତା ସହ ମ୍ୟାଚିଙ୍ଗ କ୍ଲଚ ପରିଧାନ କରିଥିଲେ । ଯାହାକୁ ନେିଇ ସୋସିଆଲ ମିଡିଆରେ ବି ଚର୍ଚା ହୋଇଥିଲା । ପୂର୍ବରୁ ଏହିଭଳି ଫ୍ଲୋରାଲ ପ୍ରିଂଟଡ୍ରେସ ପିନ୍ଧି ନଜରକୁ ଆସିଥିଲେ ସୋନମ କାପୁର । ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀଙ୍କ ସହ ସାନ ଝିଅ ଖୁସି ବି ଚର୍ଚାରେ ରହିଛି । ଖୁସିଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।