ବଦଳିବ ଭାଗଚାଷୀଙ୍କ ଭାଗ୍ୟ

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭାଗ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂଆ ଆଇନ୍ ଆଣୁଛନ୍ତି ରାଜ୍ୟ ସରକାର । ମୌସୁମୀ ଅଧିବେଶନରେ ଏହି ଭାଗ ଚାଷୀ ବିଲ୍ ଆସିବ । ଆସନ୍ତା ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏହି ଆଇନ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ଏହି ନୂଆ ଆଇନ୍ ଆଣିବା ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାର ଚାଷୀ ଓ ଭାଗ ଚାଷୀଙ୍କଠାରୁ ମତାମତ ଆହ୍ୱାନ କରାଯାଇଛି । ବର୍ତମାନ ସୁଦ୍ଧା ୨୦ଟି ଜିଲ୍ଲାର ଚାଷୀ ଏନେଇ ମତ ରଖିସାରିଥିବା ବେଳେ ୧୦ଟି ଜିଲ୍ଲାର ଚାଷୀଙ୍କ ମତାମତକୁ ଅପେକ୍ଷା କରାଯାଇଛି । ଏହି ନୂଆ ଆଇନ୍ ଆସିଲେ ଭାଗ ଚାଷୀମାନେ ଫସଲ ନଷ୍ଟ ହେଲେ ବୀମା ରାଶି, କ୍ଷତିପୂରଣ ସହାୟତା ଏବଂ ଋଣ ରିହାତି ପାଇପାରିବେ । ଏହି ଆଇନ ଦ୍ୱାରା ଜମିର ପ୍ରକୃତ ମାଲିକ ଏବଂ ଭାଗ ଚାଷୀ ଉଭୟେ ଉପକୃତ ହେବେ ବୋଲି ବିଜୟଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି ।