ରାଜ୍ୟରୁ ରାଜ୍ୟକୁ ଡେଇଁଲା ଚାଷୀ ଆନ୍ଦୋଳନ ! ମହାରାଷ୍ଟ୍ର ପରେ ପଞ୍ଜାବ ଓ କର୍ଣ୍ଣାଟକରେ କୃଷକଙ୍କ ମେଳି,ଋଣ ଛାଡ ଦାବିରେ ସରକାରକୁ ଚେତାବନୀ

30

କନକ ବ୍ୟୁରୋ : ରାଜ୍ୟରୁ ରାଜ୍ୟରୁ ଡେଉଁଛି କୃଷି ଋଣ ଛାଡ ଆନ୍ଦୋଳନ । ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରେ ଏବେ ଏହି ଆନ୍ଦୋଳନ ଡେଇଁଛି ପଞ୍ଜାବ ଓ କର୍ଣ୍ଣାଟକକୁ । ଋଣ ଛାଡ ଦାବିରେ ପଞ୍ଜାବ ଓ କର୍ଣ୍ଣାଟକର ଚାଷୀମାନେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ରାଜ୍ୟ ସରକାର ଏ ବାବଦରେ ପଦକ୍ଷେପ ଗ୍ରହଣ ନକଲେ ବଡ ଧରଣର ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ମହାରାଷ୍ଟ୍ର ସରକାରଙ୍କ ସୁଚିନ୍ତିତ ଋଣନୀତି ଯୋଗୁଁ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ବଡ ଆଶ୍ୱସ୍ତି ମିଳିଛି ।

ତେଣୁ ସେହି ଢ଼ାଂଚାରେ କର୍ଣ୍ଣାଟକର ଚାଷ ଋଣ ଛାଡ କରିବା ପାଇଁ ଦାବି କରିଛନ୍ତି କୃଷକ ସଂଗଠନ । କର୍ଣ୍ଣାଟକରେ ଆଜିଠାରୁ ବ୍ୟାପକ ଭାବେ ଚାଷୀ ଆନ୍ଦୋଳନ ଚେତାବନୀ ଦିଆଯାଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଚାଷୀମାନେ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥକୁ ଅଚଳ କରିବାକୁ ଚେତାବନୀ ଦେଇଛନ୍ତିି । ସେହିପରି ପଂଞ୍ଜାବରେ ୨୦ରୁ ଅଧିକ ଚାଷୀ ସଂଗଠନର ପ୍ରତିନିଧିମାନେ ବୈଠକରେ ମିଳିତ ହୋଇଛନ୍ତି । ତୁରନ୍ତ ଋଣ ଛାଡ ପାଇଁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତିି ।