ଏଣିକି ମୋବାଇଲରେ ରହିବ ପୁରା ଚାଷ ଜମି ! ଚାଷ ନେଇ ଚାଷୀ ଭାଇ ପାଇବେ ପ୍ରତିଟି ଅପଡେଟ୍, ମିଳିବ ପ୍ରତି ସେକେଣ୍ଡର ସୂଚନା ।

45

ଏଗ୍ରିକଲଚର ପ୍ରୋଟେକସନ ସିଷ୍ଟମ ଏପିଏସ ଚାଷ କ୍ଷେତ ଉପରେ ନଜର ରଖିବ । ଅର୍ଥାତ ଏଣିକି ଚାଷୀମାନଙ୍କ ମୋବାଇଲରେ ସେମାନଙ୍କର ପୁରା କ୍ଷେତ ରହିବ । କେଉଁ ଚାଷରେ କେଉଁ ସାର ଆବଶ୍ୟକ, ଫସଲରେ କୀଟପତଙ୍ଗ ଆକ୍ରମଣ, ପଶୁମାନେ ଚାଷକ୍ଷେତରେ ପ୍ରବେଶ କଲେ ଆଲର୍ଟ ମେସେଜ, ମାଟିର ଆଦ୍ରତା, ପିଏଚ ଭେଲ୍ୟୁ ଏବଂ ତାପମାନର ବିବରଣୀ ସହ ଚାଷ କାମର ପ୍ରତିଟି ସୂଚନା ଏହି ଡିଭାଇସ୍ ମୋବାଇଲ ଜରିଆରେ ଚାଷୀ ପାଖରେ ପହଞ୍ଚିଯିବ ।

ଏହି ଡିଭାଇସକୁ ଚନ୍ଦୋଲିର ବବୁରୀ ଗାଁରେ ବାସ କରୁଥିବା ସନ୍ତୋଷ କୁମାରଙ୍କ ପୁଅ ସନ୍ଦିପ ବର୍ମା ପ୍ରସ୍ତୁତ କରିଛନ୍ତି । ଦୁଇ ବର୍ଷରେ ଅନେକ ଥର ପରୀକ୍ଷଣ କରିବା ପରେ ଏଥିରେ ଅନେକ ପରିବର୍ତ୍ତନ କରିବା ପରେ ଜୁଲାଇ ୧୮ ତାରିଖରେ ଏହି ଡିଭାଇସ ପ୍ରସ୍ତୁତ ହୋଇଥିଲା । ଏଥିପାଇଁ ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କା ଫଣ୍ଡିଂଗ ମଧ୍ୟ କରାଯାଇଛି । ତେବେ ଜାଣନ୍ତୁ କଣ ଏହି ଏପିଏସ ଡିଭାଇସ । ଏହା ହେଉଛି ଏକ ଡିଭାଇସ ମାଇକ୍ରୋ ପ୍ରୋସେସର ଚିପ୍ ଅଟେ । ଏଥିରେ ହ୍ୟୁମେଡିଟି ସେନସର, ରେନ ସେନସର, ଫାୟାର ସେନସର, ଟେମ୍ପ୍ରେଚର ସେନସର, ଇରିଗେସନ୍ ସେନସରଏବଂ ମୋସନ ସେନସର ଲଗାଯାଇଛି । ଏହା ସୌର ଶକ୍ତି ଏବଂ ବିଜୁଳି ଦ୍ୱାରା ପରିଚାଳିତ ହୋଇଥାଏ । ଆଉ ଏହି ସମସ୍ତ ସେନସର ଗୁଡିକ ଚାଷକ୍ଷେତର ପ୍ରତିଟି ହଲଚଲ ଉପରେ ନଜର ରଖିବ ।

ସେନସର ଲାଗିଥିବା ଡିଭାଇସ ଚାଷ ଜମିରେ ହିଁ ରହିବ । ଆଉ ଏହାର କଣ୍ଟ୍ରୋଲର ଟ୍ୟୁବୱେଲରେ ରହିବ । ଡିଭାଇସ ଚାଷୀର ମୋବାଇଲରେ କନେକ୍ଟ ହେବ । ଖେତରେ ଟ୍ୟୁବୱେଲ ଚାଲୁଛି ଏବଂ ଯଦି ବର୍ଷା ହୁଏ ତେବେ ରେନ୍ ସେନସର ଆପେ ଆପେ କାମ କରିବା ସହ ଟ୍ୟୁବୱେଲକୁ ବନ୍ଦ କରିଦେବ । ଯଦି ବର୍ଷା ନହୁଏ ଏବଂ ମାଟି ଶୁଖିବାକୁ ଲାଗେ ତେବେ ସେନସର ମୋଟର ଚାଲୁ କରିଦେବ । ଏବଂ ଏଥିରେ ୱାଟର ଲେବଲ ଫିକ୍ସ କରିବାର ମଧ୍ୟ ବିକଳ୍ପ ରହିବ । କ୍ଷେତରେ କେହି ପଶୁ ପଶିଲେ ମୋସନ ସେନସର ଜରିଆରେ ଚାଷୀ ଏହା ଜାଣିପାରିବ । ତେବେ ଏକ ଗରିବ ଘରେ ଜନ୍ମ ନେଇଥିବା ସନ୍ଦିପ ବର୍ମା ଏହି ଡିଭାଇସ ପ୍ରସ୍ତୁତ କରିଛନ୍ତି ।