ଆଳୁ ଚାଷୀଙ୍କ ପାଇଁ ଖୁସି ଖବର ! ଏବେ ଉନ୍ନତମାନର ଟେକନିକ୍ ବ୍ୟବହାର କରି ପବନରେ ଉତ୍ପାଦନ କରିପାରିବେ ଆଳୁ ,ଗୋଟିଏ ଚାରାରୁ ୧୦ ନୁହଁ ଫଳିବ ୭୦ ଆଳୁ । 

117

ଆଳୁ ଚାଷୀଙ୍କ ପାଇଁ ଖୁସି ଖବର । ଏବେ ଉନ୍ନତ ଟେକନିକ୍ ବ୍ୟବହାର କରି ଆଳୁର ଉତ୍ପାଦନକୁ ଦୁଇଗୁଣା ବଢାଇ ପାରିବେ ଚାଷୀ । ଏୟାରୋପୋନିକ୍ସ ଟେକନିକ୍ ମାଧ୍ୟମରେ ଖୁବଶୀଘ୍ର ପବନରେ ମଧ୍ୟ ଆଳୁ ଉତ୍ପାଦନ ହେବ । ଏହି ଟେକନିକ୍ ମାଧ୍ୟମରେ ଉତ୍ପାଦନ ୭ ଗୁଣା ବଢିଯିବ । ନିକଟରେ ରୋହତକରେ ହୋଇଥିବା ତ୍ରି-ଦିବସୀୟ ଥାର୍ଡ ଡିଗ୍ରୀ ଲିଡରସିପ୍ ସମିତିରେ କର୍ଣ୍ଣାଲର ଶ୍ୟାମଗଡ ସ୍ଥିତ ବାଗବାନୀ ବିଭାଗରେ ଆଳୁ ଅନୁସନ୍ଧାନ କେନ୍ଦ୍ର ଏନେଇ କଥା ରଖିଛନ୍ତି ।

 

ବିନା ଚାରାରେ ଆଳୁ ଉତ୍ପାଦନ ହେବ :

ଏୟାରୋପୋନିକ୍ସ ଟେକନିକ୍ ରେ ବିନା ଚାରାରେ ମାଟି ଜରିଆରେ ଆଳୁ ଉତ୍ପାଦନ କରାଯିବ । ଏହାପରେ ବଡ ବଡ ବାକ୍ସରେ ଆଳୁ ଟଙ୍ଗାଇ ଦିଆଯିବ । ପ୍ରତି ବାକ୍ସରେ ପୋଷକ ତତ୍ତ୍ୱ ଏବଂ ପାଣି ଭର୍ତ୍ତି କରାଯିବ । ଏହି ଟେକନିକ୍ ବ୍ୟବହାରରେ ମୂଳ ନରମ ହୋଇଥାଏ ଏବଂ କିଛି ସମୟ ପରେ ଆଳୁ ବଢିବାରେ ଲାଗିଥାଏ । ସାଧାରଣ ଭାବେ ଗୋଟିଏ ଚାରାରୁ ୧୦ ଟି ଆଳୁ ଉତ୍ପାଦନ ହେଉଥିବା ବେଳେ ଏଭଳି ଉପାୟରେ ୭୦ ଟି ଆଳୁ ଉତ୍ପାଦନ ହେବ ।

କେନ୍ଦ୍ର ସରକାର ଦେଲେ ମଞ୍ଜୁରୀ :

ତେବେ ଏହି ଟେକନିକକୁ ଆଗକୁ ବଢାଇବା ପାଇଁ କମେ ଚାଲିଛି । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନ୍ତର୍ଗତ କେନ୍ଦ୍ର ସରକାର ମଧ୍ୟ ଏୟାରୋପୋନିକ୍ସ ଟେକନିକ୍ କୁ ଆପଣାଉଥିବା ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଛନ୍ତି ।