ଏପ୍ରିଲ ପହିଲାରେ ‘କାଳିଆ’ ଦ୍ୱିତୀୟ କିସ୍ତି: ୫ ହଜାର ଟଙ୍କା ପାଇଥିବା ଚାଷୀ ପାଇବେ ପୁଣି ୫ ହଜାର

ଢେଙ୍କାନାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

381

କନକ ବ୍ୟୁରୋ: ଢେଙ୍କାନାଳ ଚାଷୀ ସମାବେଶରେ ଚାଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ’ୟ’ନାୟକ । ଏପ୍ରିଲ ପହିଲାରେ ଚାଷୀଙ୍କୁ ମିଳିବ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା । ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ପାଇଥିବା ଚାଷୀ, ଦ୍ୱିତୀୟ କିସ୍ତିରେ ଆଉ ୫ ହଜାର ଟଙ୍କା ପାଇବେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ୩୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହ ଭୂମିହୀନ କୃଷି ଶ୍ରମିକ କାଳିଆ ଯୋଜନାର ଲାଭ ପାଇଛନ୍ତି । କୃଷି ଅର୍ଥନୀତିକୁ ମଜବୁତ୍ କରୁଛି କାଳିଆ ।

କାଳିଆ ଯୋଜନାରେ ଚାଷୀଙ୍କୁ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା । ପ୍ରଥମ କିସ୍ତିରେ ୫ ହଜାର ପାଇଥିବା ଚାଷୀ ପୁଣି ୫ ହଜାର ଟଙ୍କା ପାଇବେ । ଏପ୍ରିଲ ୧ ତାରିଖରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ସହାୟତା ଟଙ୍କା ମିଳିବ । ଢେଙ୍କାନାଳ ଚାଷୀ ସମାବେଶରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ସମାବେଶରେ ଅନୁଗୁଳର ଚାଷୀ ପ୍ରମିଳା ମାଝୀ, ଖୁବଶୀଘ୍ର କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଦେବାକୁ ଅନୁରୋଧ କରିଥିଲେ । ଏବଂ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ଏପ୍ରିଲ ୧ ତାରିଖରେ ଚାଷୀଙ୍କୁ କାଳିଆ ସହାୟତା ବାବଦରେ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ।

ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଏଯାଏଁ ୩୦ ଲକ୍ଷ ୪୦ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହୋଇଛନ୍ତି । ସେହିପରି ୩ ଲକ୍ଷ ୩୦ ହଜାର ଭୂମିହୀନ କୃଷି ଶ୍ରମିକଙ୍କୁ କାଳିଆ ସହାୟତା ଦିଆଯାଇଛି । ଏବେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା । ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ମଜବୁତ୍ କରୁଛି କାଳିଆ ।

ଦିନିକିଆ ଢେଙ୍କାନାଳ ଗସ୍ତରେ ମୁଖ୍ୟମନ୍ତ୍ରୀ ଢେଙ୍କନାଳ ଜିଲ୍ଲାରେ ୯ଶହ ୫୩ କୋଟି ଟଙ୍କାର ୧୦୩ଟି ପ୍ରକଳ୍ପ ଓ ଅନୁଗୁଳ ଜିଲ୍ଲାରେ ୧୧ ଶହ ୨୯ କୋଟି ଟଙ୍କାର ୩୬ଟି ପ୍ରକଳ୍ପର ଉଦଘାଟନ ଓ ଭତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଢେଙ୍କାନାଳର ବିଭିନ୍ନ ବ୍ଲକର ୧୮ଟି ଚେକଡ୍ୟାମର ଉଦଘାଟନ କରିଛନ୍ତି ନବୀନ । ଏହାଛଡା ୪ଟି ସଡକ ନିର୍ମାଣ ପ୍ରକଳ୍ପ ସହ ୨ଟି ସେତୁ ଓ ଅନ୍ୟାନ୍ୟ ପ୍ରକଳ୍ପ ଉଦଘାଟନ କରିଛନ୍ତି । ବିଭିନ୍ନ ଜଳଯୋଗାଣ ଓ ଜଳସେଚନ ପ୍ରକଳ୍ପ , ସଡକ ନିର୍ମାଣ ପ୍ରକଳ୍ପ ଓ ଚେକଡ୍ୟାମର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଅନୁଗୁଳରେ ବି ବିଭିନ୍ନ ସଡକ ପ୍ରକଳ୍ପ, ବିଭିନ୍ନ ଜଳସେଚନ ପ୍ରକଳ୍ପ ସେତୁର ଉଦଘାଟନ କରିବା ସହ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।