ମହାରାଷ୍ଟ୍ରରେ ଚାଷୀ ଏକାଠି । ମୁମ୍ବାଇରେ ବିଧାନସଭା ଘେରାଉ କରିବେ ୩୦ ହଜାରରୁ ଅଧିକ ଚାଷୀ

42

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଜୋର ଧରୁଛି କୃଷକ ଆନ୍ଦୋଳନ । ନାସିକରୁ ବାହାରିଥିବା କୃଷକଙ୍କ ଆନ୍ଦୋଳନ ଆଜି ମହାରାଷ୍ଟ୍ର ବିଧାନସଭା ଘେରିବେ । ଅଲ ଇଣ୍ଡିଆ କୃଷକ ସମିତିର ଆହ୍ୱନ କ୍ରମେ ପାଖାପାଖି ୩୦ହଜାରରୁ ଅଧିକ ଚାଷୀ ଏକତ୍ରିତ ହୋଇଛନ୍ତି । ବିଭିନ୍ନ କୃଷି ଜାତ ଦ୍ରବ୍ୟର ଉଚିତ ମୂଲ୍ୟ, କ୍ଷତିପୂରଣ ଓ ଋଣ ଛାଡ ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି କୃଷକସଂଘ ।

ଚାଷୀମାନେ ଅଭିଯୋଗ କରିଛନ୍ତି, ପ୍ରତିଶ୍ରୁତି ରକ୍ଷା କରିବାରେ ମହାରାଷ୍ଟ୍ର ସରକାର ବିଫଳ ହୋଇଛନ୍ତି । ଋଣଛାଡ ଓ ବକେୟା ବିଦ୍ୟୁତ ବିଲ ଛାଡ ସହ ସ୍ୱାମୀନାଥନ କମିସନଙ୍କ ସୁପାରିଶକୁ ଲାଗି କରିବା ପାଇଁ ସେମାନେ ଦାବି କରିଛନ୍ତି । ସର୍ବଭାରତୀୟ କିଷାନ ସଭା ପକ୍ଷରୁ ଏହି ମାର୍ଚର ଆୟୋଜନ କରାଯାଇଛି । ମୁମ୍ବାଇରେ ପଂହଚିବା ବେଳେକୁ ଚାଷୀଙ୍କ ସଂଖ୍ୟା ୫୦ରୁ ୬୦ ହଜାର ହେବା ବୋଲି ଆକଳନ କରାଯାଉଛି । ସୂଚନାଯୋଗ୍ୟ, ମହାରାଷ୍ଟ୍ର ସରକାର ଚାଷୀମାରଣ ନୀତି ଆପଣେଇଥିବା ଦର୍ଶାଇ ରାଜରାସ୍ତାକୁ ଓହ୍ଲାଇଥିଲେ ଚାଷୀ ।