କାଳ ହେଲା କାଳବୈଶାଖୀ ବର୍ଷା: ଉଜାଡିଦେଲା ଡାଳୁଅ ଧାନ । ବର୍ଷା ଯୋଗୁଁ ଯାଜପୁରରେ ହେକ୍ଟର ହେକ୍ଟର ଜମିରେ ଧାନ ଗଜା ହୋଇ ନଷ୍ଟ

57

କନକ ବ୍ୟୁରୋ: କାଳବୈଶାଖୀ ବର୍ଷା ଉଜାଡି ଦେଲା ଡାଳୁଅ ଧାନ । ବର୍ଷକର ଅମଳକୁ ଅପେକ୍ଷା କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବର୍ଷା ଯୋଗୁଁ ହେକ୍ଟର ହେକ୍ଟର ଡାଳୁଅ ଧାନ ବିଲରେ ଗଜା ହୋଇ ନଷ୍ଟ ହୋଇଯାଇଛି । ଯାଜପୁର ଜିଲାର ବିଭିନ୍ନ ବ୍ଲକରେ ଦେଖାଦେଇଛି ଏଭଳି ସ୍ଥିତି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଦଶରଥପୁର ବ୍ଲକ ।

କେଉଁଠି ବିଲରେ ଧାନ ଗଜା ହୋଇଯାଇଛି ତ ଆଉ କେଉଁଠି ବିଲରେ ଭାସୁଛି ଧାନ । ଏଭଳି ପରିସ୍ଥିତି ଦେଖାଦେଇଛି ଯାଜପୁର ଜିଲା ଦଶରଥପୁର ବ୍ଲକର କୟାଁ ପଂଚାୟତରେ । କେବଳ କୟାଁ ପଂଚାୟତ ନୁହେଁ ଜିଲ୍ଲାର ଅନ୍ୟ ଅଂଚଳରେ ବି ପ୍ରାୟ ସମାନ ଅବସ୍ଥା । ଜିଲ୍ଲାର ମୋଟ ୧୧୦୦ ହେକ୍ଟର ଜମିରେ ଡାଳୁଅ ଧାନ ଚାଷ ହୋଇଥିଲା । ସେଥିମଧ୍ୟରୁ ୬୦ ହେକ୍ଟରରୁ ଅଧିକ ଜମିରେ ଏଭଳି ଅବସ୍ଥା ଦେଖାଦେଇଥିବା କୁହାଯାଉଛି । ଏହି ଅଂଚଳର ଚାଷୀ ମୁଖ୍ୟତଃ ଡାଳୁଅ ଧାନ ଉପରେ ନିର୍ଭର କରିଥାନ୍ତି ।

ତେଣୁ ଧାର କରଜ କରି ଚାଷୀ କରିଥିବା ଏହି ଡାଳୁଅ ଧାନ ଶେଷରେ ମାଟିରେ ମିଶିଛି । କିଭଳି ଏହି ଋଣ ପରିଶୋଧ ହେବ ତାକୁ ନେଇ ଏବେ ଚିନ୍ତାରେ ଚାଷୀ । ସେପଟେ ଯାହା କିଛି ଅମଳ ହୋଇଛି ତାକୁ ଶାଗ ମାଛ ମୁଲରେ ବିକ୍ରି କରିବାରକୁ ବାଧ୍ୟ ହେଉଛନ୍ତି ଚାଷୀ । ପଂଳରେ ଚାଷୀ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ସେପଟେ କ୍ଷୟକ୍ଷତିର ଆକଳନ ଚାଲିଛି ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।