ସାଧାରଣ ଚାଷୀଙ୍କ ପାଇଁ ପ୍ରେରଣା ! ଅଁଳାର କ୍ୟାଣ୍ଡି ତିଆରି କରି ଲକ୍ଷ ଲକ୍ଷ ଆୟ କରୁଛନ୍ତି ଜୟପୁରର ଚାଷୀ କୈଳାଶ

39

ଆମ ଦେଶ ଏକ କୃଷି ପ୍ରଧାନ ଦେଶ । ଭାରତର ୬୫ଭାଗ ଲୋକସଂଖ୍ୟା ନିଜର ଜୀବନ, ଜୀବିକା ନିର୍ବାହ ପାଇଁ କୃଷି ଉପରେ ପ୍ରତ୍ୟେକ ଏବଂ ପରୋକ୍ଷ ଭାବରେ ନିର୍ଭର କରିଥାନ୍ତି । ତେବେ ଏତେ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କଲେ ହେଁ ସଠିକ ଉପାୟରେ ଚାଷ ନକରି ଲାଭବାନ ହୋଇପାରୁ ନାହାନ୍ତି ଆମ ଦେଶର ଚାଷୀ । ଅଧିକ ସମୟ, ଅଧିକ ପରିଶ୍ରମ ସତ୍ୱେ ଲାଭ ମିଳୁଛି ବହୁତ କମ୍ । ଅଧିକ ରୋଜଗାର କରିବା ପାଇଁ ସବୁବେଳ କିଛି ନିଆରା ତଥା ଭିନ୍ନ କରିବା ଉଚିତ୍ । ଚିରାଚରିତ ଢ଼ଙ୍ଗରେ ଚାଷ କରିବା ଦ୍ୱାରା ଚାଷୀ ବିଶେଷ ଭାବରେ ଲାଭବାନ୍ ହୋଇପାରୁ ନାହାନ୍ତି । ତେବେ ଆସନ୍ତୁ ଆଜି ଜଣେ ଏମିତି ଚାଷୀଙ୍କ ବିଷୟରେ ଆଲୋଚନା କରିବା ଯିଏ ଭିନ୍ନ ଢ଼ଙ୍ଗରେ ଚାଷ ଉତ୍ପାଦରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

Awlaଜୟପୁର ଜିଲ୍ଲାର କୃଷକ କୈଳାଶ ଚୌଧୁରୀ । ସେ ତାଙ୍କ ବାଡ଼ିରେ ଅଁଳା, ଘିଅକୁଅାଁରୀ, ବେଲ ଆଦି ଚାଷ କରି ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି । କିନ୍ତୁ ସାଧାରଣ କୃଷକଙ୍କ ପରି ସେ ଚାଷ କରନ୍ତି ନାହିଁ । ତାଙ୍କର ଢ଼ଙ୍ଗ ଟିକେ ନିଆରା । କୈଳାଶ ଅଁଳା ଚାଷ କରି ଅଁଳାକୁ ସିଧା ବଜାରରେ ବିକ୍ରି କରନ୍ତି ନାହିଁ । ଅଁଳାରୁ ଅଁଳା କ୍ୟାଣ୍ଡି ତଆରି ସେ ବହୁତ ରୋଜଗାର କରୁଛନ୍ତି । ସମସ୍ତେ ଜାଣନ୍ତି ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଅଁଳା ପାରମ୍ପରିକ ଦେଶୀୟ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଇଆସୁଛି । ଆଉ ଏବେ ବି ଅଁଳାର ଚାହିଦା ଅନେକ । ଅଁଳାକୁ ଆମେ ବିଭିନ୍ନ ପ୍ରକାରେ ଉପଯୋଗ କରିଥାଉ ।

ତେବେ ସ୍ୱାସ୍ଥ୍ୟ ପାଇଁ ଅଁଳା ଯେତେ ଉପାକାରୀ, ଏଥିରୁ ତିଆରି ହେଉଥିବା ଜିନିଷ ବ୍ୟବସାୟ କରି କୃଷକମାନେ ଅଧିକରୁ ଅଧିକ ରୋଜଗାର କରିପାରୁଛନ୍ତି । ସେ ଅଁଳାରେ ବିଭିନ୍ନ ପ୍ରକାର ଚିଜ ଯଥା, ମୁରବା, କ୍ୟାଣ୍ଡି, ଓ ସୁପାରୀ ତିଆରି କରି ବଜାରେ ବିକ୍ରି କରନ୍ତି । କୈଳାଶ ଅନେକ ବର୍ଷରୁ ଅଁଳା କ୍ୟାଣ୍ଡି ତିଆରି କରି ଭଲ ଲାଭ କରିପାରୁଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ ସଫଳତା କାହାଣୀ ବିଷୟରେ । ତେବେ କେବଳ ଯେ ସେ ଅଁଳା କ୍ୟାଣ୍ଡି ବିକ୍ରି କରି ଉପକୃତ ହେଉଛନ୍ତି ତା’ନୁହେଁ ସେ ଅନେକ ଲୋକଙ୍କୁ କାମରେ ମଧ୍ୟ ରଖିଛନ୍ତି । ଏବେ କୈଳାଶ ଲୋକଙ୍କୁ ରୋଜଗାର ଦେବା ସହ କୃଷକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।