ରାହୁଲ ଗାନ୍ଧୀଙ୍କ ବିରୋଧରେ ଅମେଠିରେ କୃଷକଙ୍କ ପ୍ରଦର୍ଶନ : “ଇଟାଲି ଫେରିଯାଅ”ର ନାରା ଲଗାଇଲେ

467

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ତାଙ୍କ ସଂସଦୀୟ କ୍ଷେତ୍ର ଅମେଠିରେ କୃଷକ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ଚାଷୀମାନେ ରାହୁଲ ଗାନ୍ଧୀଙ୍କୁ ଇଟାଲି ଫେରି ଯାଅ ର ନାରା ଲଗାଇଥିଲେ । ପୁରା ମାମଲା ଅମେଠି ଜିଲ୍ଲାର ଗୌରୀଗଞ୍ଜ ଅଂଚଳର । ପ୍ରଦର୍ଶନ କରୁଥିବା ଚାଷୀଙ୍କ ଦାବି ଏହା ଯେ, ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଦିଆଯାଇଥିବା ତାଙ୍କର ଜମି ତାଙ୍କୁ ଫେରାଇ ଦିଆଯାଉ କିମ୍ବା ତାଙ୍କୁ ରୋଜଗାର ମିଳୁ ।

ସୂଚନାଯୋଗ୍ୟ, ରାଜୀବ ଗାନ୍ଧୀ ଏହି ସମୟରେ ଦୁଇ ଦିନିଆ ଅମେଠି ଗସ୍ତରେ ଅଛନ୍ତି । ପ୍ରଦର୍ଶନରେ ସାମିଲ ଥିବା ଚାଷୀ କହିଛନ୍ତି କି, “ଆମେ ରାହୁଲ ଗାନ୍ଧୀଙ୍କ ଠାରୁ ବହୁତ ଦୁଃଖିତ ଅଛୁ । ସେ ଇଟାଲି ଫେରିଆଯାଆନ୍ତୁ । ସେ ଏଠି ରହିବା ଯୋଗ୍ୟ ନୁହଁନ୍ତି । ରହୁଲ ଗାନ୍ଧୀ ଆମ ଜମି ହଡପ କରିନେଇଛନ୍ତି ।” ଆନ୍ଦୋଳନକାରୀ ଚାଷୀ ସମ୍ରାଟ ସାଇକେଲ ଫ୍ୟାକ୍ଟ୍ରି ବାହାରେ ପ୍ରଦର୍ଶନ କରିଛନ୍ତି । ଏହା ହେଉଛି ସେହି ଫ୍ୟାକ୍ଟ୍ରି ଯାହାର ଶୁଭାରମ୍ଭ ରାଜୀବ ଗାନ୍ଧୀ କରିଥିଲେ ।

ରାହୁଲଙ୍କ ଅମେଠି ଗସ୍ତ ସମୟରେ ସେହି ଅଂଚଳରେ ‘ଅମେଠିର ଏମପି, ୨୦୧୯ର ପିଏମ୍’ ପୋଷ୍ଟର ଲଗାଇ ତାଙ୍କର ସ୍ୱାଗତ କରାଯାଇଥିଲା । ଏହି ପୋଷ୍ଟରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଫଟୋ ଲଗାଯାଇଥିଲା । ଅମେଠି ଯିବା ପୂର୍ବରୁ ରାହୁଲ ଗାନ୍ଧୀ  ଫେସବୁକ୍ ପୋଷ୍ଟରେ ଲେଖିଥିଲେ କି, “ଅମେଠି ଆସୁଛି । ଘରର ଅଗଣାରେ ନିଜ ଲୋକଙ୍କ ସହ କଥା-ବିଚାର ହେବ । ଖୁସିର ଏହି କାହାଣୀର ରଙ୍ଗ ଆପଣଙ୍କୁ ଫଟୋ ମାଧ୍ୟମରେ ଦେଖାଇବି ।”