କନକ ବ୍ୟୁରୋ: ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରେ ଏବେ ଚେନ୍ନାଇରେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି କୃଷକ ସଂଗଠନ । ଚେନ୍ନାଇରେ ପୁଣି ଆନ୍ଦୋଳନ ଆରମ୍ଭ କରିଛନ୍ତି ଶତାଧିକ ଚାଷୀ ।

ପୂର୍ବରୁ ବିଭିନ୍ନ ଦାବି ନେଇ ଚେନ୍ନାଇ କୃଷକ ସଂଗଠନ ଲଗାତାର ୪୩ ଦିନ ଧରି ଧାରଣାରେ ବସିଥିଲେ । ତେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ,କେ ପଲାନିସ୍ୱାମୀଙ୍କ ହସ୍ତକ୍ଷେପ ଫଳରେ ଆନ୍ଦୋଳନରୁ ଏମାନେ ଓହରିଥିଲେ ।

ବିଭିନ୍ନ ଦାବି ପୁରଣ ନେଇ ସରକାରଙ୍କୁ ମେ ୨୫ ପର୍ଯ୍ୟନ୍ତ ସମୟ ଦେଇଥିଲେ । କିନ୍ତୁ ସରକାର ଦାବି ପୁରଣ କରିନଥିବା ସଂଗଠନ ଅଭିଯୋଗ କରିଛି । ତେଣୁ ପୁର୍ନବାର ଆନ୍ଦୋଳନ ଆରମ୍ଭ କରାଯାଇଥିବା ସଂଗଠନ ପକ୍ଷରୁ କୁହାଯାଇଛି ।