ପୋକ ଦ୍ୱାରା ପ୍ରଭାବିତ ଚାଷୀଙ୍କୁ ମିଳିବ ସରକାରୀ ସହାୟତା । କୃଷି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

40

କନକ ବ୍ୟୁରୋ : ପୋକ ଦ୍ୱାରା ପ୍ରଭାବିତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ସରକାର । କୃଷି କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗତକାଲିର ସମ୍ବାଦିକ ସମ୍ମିଳନୀ ବେଳେ ମନ୍ତ୍ରୀ ଦାମ ରାଉତଙ୍କ ମାଇକକୁ ଛଡାଇନେଇଥିଲେ ମନ୍ତ୍ରୀ ମହେଶ୍ୱର ମହାନ୍ତି । ଏହା ସେ ସମୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା । ଚକଡା ପୋକ ଦ୍ୱାରା ପ୍ରଭାବିତ ସମସ୍ତ ଚାଷୀଙ୍କୁ ସରକାରୀ ସହାୟତା ମିଳିବ ବୋଲି କୃଷି କ୍ୟାବିନେଟ ବୈଠକ ପରେ ରାଜସ୍ୱ ମନ୍ତ୍ରୀ କହିଥିଲେ ।

କୃଷିମନ୍ତ୍ରୀ ଏ ସଂପର୍କିତ ଏକ ପ୍ରଶ୍ନର ଉତ୍ତର ରଖୁଥିବାବେଳେ, ରାଜସ୍ୱ ମନ୍ତ୍ରୀ ଏହାର ଉତ୍ତର ଦେଇଥିଲେ । ପୂର୍ବରୁ ଘୋଷଣା ହୋଇଥିବା ମରୁଡି ସହାୟତା ଆଧାରରେ, ଚକଡା ପୋକ ଦ୍ୱାରା ପ୍ରଭାବିତ ଚାଷୀଙ୍କୁ ଇନପୁଟ ସବସିଡି ପ୍ରଦାନ କରାଯିବ । ମରୁଡି ପ୍ରଭାବିତ ଅଂଚଳ ପାଇଁ ସରକାର ଯେଉଁସବୁ ଘୋଷଣା କରିଥିଲେ, ଚକଡା ପୋକ ଦ୍ୱାରା ପ୍ରଭାବିତ ଅଂଚଳର ଚାଷୀଙ୍କ ପାଇଁ ମଧ୍ୟ ସେହିସବୁ ଘୋଷଣା ଦୋହରାଇଛନ୍ତି ।