ନରେନ୍ଦ୍ର ମୋଦିଙ୍କୁ ଜମ୍ମୁ କୃଷକଙ୍କ ଉପହାର ! ପ୍ରଧାନମନ୍ତ୍ରୀଙ୍କ ରାଲି ପାଇଁ ସମୟ ପୂର୍ବରୁ କାଟିଲେ ଅଧା ପାଚିଲା ଗହମ ଫସଲ

299

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ ପାଇଁ ମସିହା । ମୋଦି ଆମ ପାଇଁ ଭଗବାନ ସଦୃଶ । ଏପରି କହିଛନ୍ତି ଜମ୍ମୁର କୃଷକମାନେ । ପ୍ରଧାନମନ୍ତ୍ରୀଙ୍କ ରାଲି ପାଇଁ ଜମ୍ମୁର କୃଷକମାନେ ସମ୍ପୂର୍ଣ୍ଣ ପାଚି ନଥିବା ଗହମ କାଟିଦେଇଛନ୍ତ । ମୋଦିଙ୍କ ପାଇଁ ସୁନାର ଖେତକୁ ତ୍ୟାଗ କରିଛନ୍ତି କୃଷକ । ମୋଦି ପିଏମ କଷାନ ଯୋଜନ ଅନସାରେ ସାରା ଦେଶର କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଆଉ ଏହାର ପ୍ରତିବଦଳରେ ଜମ୍ମୁ କୃଷକମାନେ ମୋଦିଙ୍କୁ ଅଭିନବ ଉୟାୟରେ ଉପହାର ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନବ ଉପହାର ଦେଇଛନ୍ତି ଜମ୍ମୁ କୃଷକ । ପ୍ରଧାନମନ୍ତ୍ରୀଙ୍କ ରାଲି ପାଇଁ ଜମ୍ମୁର କୃଷକମାନେ ସମ୍ପୂର୍ଣ୍ଣ ପାଚି ନଥିବା ଗହମ କାଟିଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଜମ୍ମୁର ଅଖନୁର ତହସିଲର ମାଲପୁର ଗାଁରେ ୨୮ ମାର୍ଚ୍ଚରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ । ଏହା ପୂର୍ବରୁ ୩ ଫେବୃୟାରୀରେ ଜମ୍ମୁ ଯାଇଥିଲେ ମୋଦି ।

ଫସଲ କାଟିବା ପରେ ଜଣେ କୃଷକ କହିଛନ୍ତି, ଫସଲ ଏବେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପାଚିନାହିଁ । ହେଲେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆମେ ଫସଲ କାଟିବା ପାଇଁ ପ୍ରସ୍ତୁତ । ମନରେ ଟିକିଏ ବି ଦୁଃଖ ନାହିଁ । ପ୍ରଧାନମନ୍ତ୍ରୀଙ୍କ ପାଇଁ ଆମେ ଏତିକି କରିପାରିବୁ । ମୋଦିଙ୍କ ପାଇଁ ସମୟ ପୂର୍ବରୁ ଫସଲ କାଟି କ୍ଷତି ସହିବା ପାଇଁ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି । ସୂଚନା ଅନୁସାରେ ଯେଉଁଠି ମୋଦିଙ୍କ ନିର୍ବାଚନୀ ରାଲି ଆୟୋଜିତ ହେବ, ସେଠାରେ କିଛି ଅଂଶରେ ଗହମ ଚାଷ କରିଥିଲେ ଚାଷୀ ।