ସୁବର୍ଣ୍ଣପୁର ଓ ଚିକିଟିରେ ବି ଚାଷ ପୋଡିଲେ ଚାଷୀ !

36

କନକ ବ୍ୟୁରୋ : ବରଗଡ ପରି ଗଂଜାମ ଜିଲ୍ଲା ଚିକିଟି ବ୍ଲକ ଲିମକୁଡିଆ ଗାଁରେ ଚାଷୀ ତାର କ୍ଷେତରେ ଫସଲ ଜାଳି ଦେଇଛି । ଲିମକୁଡିଆ ଗାଁର ଜଣେ ଚାଷୀ ପ୍ରାୟ ଅଧ ହେକ୍ଟର ଜମିରେ ଧାନ ଫସଲ ପୋଡି ଦେଇଛନ୍ତି । ଅମଳ ପୂର୍ବରୁ ଧାନ କେଣ୍ଡାରେ ମାଟିଆ ଗୁଣ୍ଡା ବା ବି.ପି.ଏଚ ପୋକ ଲାଗିବାରୁ ଧାନ ଫସଲ ନଷ୍ଟ ହୋଇଯାଇଛି । ଫସଲ ନଷ୍ଟ ହୋଇଯିବା ପରେ ହତାସ ହୋଇଯାଇଥିବା ଚାଷୀ ତାର ଫସଲ ପୋଡି ଦେଇଛି ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଧାନ ଫସଲ ଉପରେ ଦାଉ ସାଧୁଛି ଚକଡା ପୋକ । ଡୁଙ୍ଗୁରିପାଲି ବ୍ଲକର ଚାଷ ଜମିରେ ଚକଡା ପୋକ ଲାଗି ଫସଲ ଖାଇ ଯାଉଛି । ଫସଲହାନୀରେ ଅତିଷ୍ଠ ହୋଇ ଆଜି ତିତେରକୁଣ୍ଡ ଗାଁର ଚାଷୀ ରାଧୁ ଖମାରୀ ନିଜ ଫସଲରେ ନିଆଁ ଲଗାଇ ଦେଇଛନ୍ତି । ଧାନ କେଣ୍ଡାରେ ଚକଡା ପୋକ ଲାଗିଥିବାରୁ ଅମଳ କରିବା ସ୍ଥିତିରେ ନାହିଁ । ତେଣୁ ହତାଶ ହୋଇ ରାଧୁ ଫସଲକୁ ଜାଳି ଦେଇଥିବା ଚର୍ଚ୍ଚା ହେଉଛି ।

ସେପଟେ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ଚାଷୀଙ୍କୁ ଜମିରେ ଫସଲ ନପୋଡିବାକୁ ଅପିଲ କରିଛନ୍ତି । ଏଥିସହ ସେ କହିଛନ୍ତି, ପୋକ ଲାଗି ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତି ଆକଳନ କରାଯାଉଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ଖୁବ ଶୀଘ୍ର କ୍ଷତିପୂରଣ ମିଳିବ । ଧାନକ୍ଷେତ ପୋଡି ଦେଲେ କ୍ଷୟ କ୍ଷତି ଆକଳନ ହୋଇ ପାରିବ ନାହିଁ । ଏପରିକି କ୍ଷତିପୂରଣ ପାଇବାରେ ଅସୁବିଧା ସୃଷ୍ଟି ହେବ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲାପାଳ ।

ରାଜ୍ୟରେ ଉପୁଡିଥିବା ମରୁଡି ଓ ଚାଷୀ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖଛନ୍ତି । ଫସଲ ହାନୀ ସହ ଚାଷୀ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର, ସବୁ ସମୟରେ ଚାଷୀଙ୍କ ସହ ରହିଛି ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ଚାଷୀର ଚାଷ ନଷ୍ଟ ହେବା ଓ ଆତ୍ମହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ଅଦ୍ଭୁତ ପ୍ରତିକ୍ରିୟା soumya ranjan patanaik meet naveen patanaikବୋଲି କହିଛନ୍ତି ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ । ଚାଷୀଙ୍କ ସହ ଅଛୁ ବୋଲି କହି ମୁଖ୍ୟମନ୍ତ୍ରୀ ପରୋକ୍ଷରେ ସ୍ୱୀକାର କରିଛନ୍ତି ଚାଷୀ ଆତ୍ମହତ୍ୟା ପଛରେ ତାଙ୍କର ହାତ ରହିଛି । ସରକାର ଯଦି ଚାଷୀଙ୍କ ସହିତ ଅଛନ୍ତି ତେବେ ତାହା କାର୍ଯ୍ୟକ୍ରମ ଜରିଆରେ ଦେଖାନ୍ତୁ, ମିଡିଆରେ ଭଷଣବାଜି କରନ୍ତୁନାହିଁ । ଚାଷୀ ସମସ୍ୟାକୁ ନେଇ ନଭେମ୍ବର ୨୩ ତାରିଖରେ ୨୦ ହଜାର ଚାଷୀଙ୍କୁ ନବନିର୍ମାଣ କୃଷକ ସଂଗଠନ ଏକ ବିଶାଳ ଚାଷୀ ସମାବେଶ କରିବେ । ଯେଉଁଥିରେ ଆନ୍ନା ହଜରେ ସାମିଲ ହେବେ ବୋଲି କହିଛନ୍ତି ଆମ ଓଡିଶା ଅଧ୍ୟକ୍ଷ ତଥା ନବ ନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ସୌମ୍ୟ ରଂଜନ ପଟ୍ଟନାୟରକ ।