ଚାଷୀଙ୍କ ଦିଲ୍ଲୀ ଚଲୋ ! ରାଜଘାଟରୁ ସଂସଦ ଯାଏଁ କୃଷକଙ୍କ ମହାମାର୍ଚ୍ଚ, ନିଷେଧ ସତ୍ୱେ ବି ଜିଦରେ ଅଟଳ ଆନ୍ଦୋଳନକାରୀ

3

କନକ ବ୍ୟୁରୋ: ଦିଲ୍ଲୀରେ କୃଷକଙ୍କ ଶକ୍ତି ପ୍ରଦର୍ଶନ । ୠଣ ଛାଡ, ବିଜୁଳି ଦର କମ ସମେତ ୧୫ ଦଫା ଦାବିରେ ଆଜି ଦିଲ୍ଲୀରେ କୃଷକ କ୍ରାନ୍ତି ପଦଯାତ୍ରା ହେଉଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବ ଦିଲ୍ଲୀରେ ୧୪୪ ଧାରା ଜାରି କରାଯାଇଛି । ଦିଲ୍ଲୀ-ଉତରପ୍ରଦେଶ ସୀମାକୁ ସିଲ କରିଦିଆଯାଇଛି । ୨୩ ସେପ୍ଟେମ୍ବରରୁ ହରିଦ୍ୱାରରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା ।

ଦିଲ୍ଲୀ ପ୍ରବେଶ ଉପରେ ପ୍ରଶାସନ କଟକଣା ଜାରି କରିଥିଲେ ବି କୃଷକ ନିଜ ଜିଦରେ ଅଟଳ ଅଛନ୍ତି । ପ୍ରଶାସନ କୃଷକଙ୍କୁ ଗାଜିଆବାଦରେ ଅଟକାଇ ରଖିଛି । ସଂପୃକ୍ତ ଅଚଂଳକୁ ବ୍ୟାରିକେଡ କରାଯାଇଛି । ଆଜି ଗାନ୍ଧି ଜୟନ୍ତୀରେ କୃଷକମାନେ ରାଜଘାଟରୁ ସଂସଦ ମାର୍ଗ ଯାଏଁ ମାର୍ଚ କରିବେ । କିନ୍ତୁ ଦିଲ୍ଲୀ ପୋଲିସ ଏଥିପାଇଁ ଅନୁମତି ଦେଉନାହିଁ । ୟୁପିରୁ ଦିଲ୍ଲୀ ଯାଉଥିବା ସମସ୍ତ ରାସ୍ତାକୁ ସିଲ କରିଦିଆଯାଇଛି ।

ଭାରତୀୟ କୃଷକ ସଂଘ ନେତା ରାକେଶ ଟିକାୟତଙ୍କ ନେତୃତ୍ୱରେ ପ୍ରାୟ ୨୦ ହଜାର କୃଷକ ହରିଦ୍ୱାରରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଛନ୍ତି। ଋଣ ଛାଡ଼, ବକେୟା ଆଖୁ ପାଉଣା ଏବଂ ସ୍ୱାମୀନାଥନ୍ କମିଟି ରିପୋର୍ଟ ପ୍ରଚଳନ ଆଦି ସେମାନଙ୍କ ଦାବି ମଧ୍ୟରେ ରହିଛି। ସୋମବାର ସନ୍ଧ୍ୟାରେ ଗାଜିଆବାଦରେ ପହଞ୍ଚି କୃଷକମାନେ ସାହିବାବାଦ୍ ନିକଟରେ ଡେରା ପକାଇଛନ୍ତି। ସେମାନଙ୍କ ସହ ଆଲୋଚନା ପାଇଁ ସୁରେଶ ରାଣା ଏବଂ ଲକ୍ଷ୍ମୀନାରାୟଣ ଚୌଧୁରୀ ନାମକ ଦୁଇ ଜଣ ଉତ୍ତର ପ୍ରଦେଶ ମନ୍ତ୍ରୀ ପହଞ୍ଚିଛନ୍ତି।

ଆଇନ୍ଶୃଙ୍ଖଳା ସମସ୍ୟା ଆଶଙ୍କା କରି ଦିଲ୍ଲୀ ପୁଲିସ ଉତ୍ତର ପ୍ରଦେଶ ସୀମାନ୍ତବର୍ତ୍ତୀ ଦିଲ୍ଲୀ ଅଞ୍ଚଳରେ ନିଷିଦ୍ଧାଦେଶ ଜାରି କରିଛି। ଦକ୍ଷିଣ ଦିଲ୍ଲୀରେ ଟ୍ରାଫିକ୍ ଚଳାଚଳରେ ବିଶୃଙ୍ଖଳା ଘଟିପାରେ ବୋଲି ମଧ୍ୟ ଯାତ୍ରୀମାନଙ୍କୁ ଦିଲ୍ଲୀ ଟ୍ରାଫିକ୍ ପୁଲିସ ସତର୍କ କରାଇ ଦେଇଛି।

Comments are closed.