ହକ ପାଇଁ ଲଢୁଥିବା ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନଜାରି : ବିଧାନସଭା ଘେରାଉ କାର୍ଯ୍ୟକ୍ରମ ପାଇଁ ଚାଲିଛି ପ୍ରସ୍ତୁତି । ଆଲୋଚନା ପାଇଁ ଆସିବେ ବିଜେଡିର ୨ ବିଧାୟକ

24

କନକ ବ୍ୟୁରୋ : ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ପାଇଁ ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ । ରାଜଧାନୀରେ ଚାଲିଛି ନବ ନିର୍ମାଣ କୃଷକ ସଂଗଠନର ଅନଶନ ଓ ସତ୍ୟାଗ୍ରହ । ବିଧାନସଭା ଘେରାଉ ପାଇଁ କୃଷକ ସଂଗଠନ ପକ୍ଷରୁ କାର୍ଯକ୍ରମ ଚାଲିଛି । ଆଜି ସରକାରଙ୍କ ପକ୍ଷରୁ ୨ ଜଣ ବିଜେଡି ବିଧାୟକ ଆସି ଅନଶନରେ ବସିଥବା ଚାଷୀଙ୍କ ସହ ବିଭିନ୍ନ ଦାବି ନେଇ ଆଲୋଚନା କରିବେ ।

ବିଧାନସଭା ଘେରାଉ ପାଇଁ ବିିଭନ୍ନ ଅଂଚଳରୁ ଆସୁଥିବା ଚାଷୀଙ୍କୁ ପୁଲିସ ଅଟକାଇବା ସତ୍ୱେ ଶତାଧିକ ଚାଷୀ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି । ଗତକାଲି ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଅନଶନ କରୁଥିବା କୃଷକଙ୍କ ଦାବି ସଂପର୍କରେ ଆଲୋଚନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଜଣିଆ ବିଧାୟକ ଅନଶନସ୍ଥଳରେ ପହଂଚି ଆଲୋଚନା କରିଥିଲେ । କିନ୍ତୁ ଆଲୋଚନାରେ କିଛି ନିଷ୍କର୍ଷ ବାହାରିପାରିନଥିଲା । ପାଖପାଖି ୧୦ ଦିନ ହେବ ନବ ନିର୍ମାଣ ସଂଗଠନ ଲୋୟର ପିଏମଜିରେ ଅନଶନରେ ବସିଛନ୍ତି ।