ଚାଷୀକୁ ଦଂଶନ କରିବା ସାପକୁ ପଡିଲା ମହଙ୍ଗା ! ରାଗରେ ସାପର ମୁଣ୍ଡକୁ କାମୁଡି ଛିଣ୍ଡାଇ ଦେଲେ ସୋନେଲାଲ, ଜାଣନ୍ତୁ ତା ପରେ କଣ ହେଲା

41

ଅଧିକାଂଶ ସମୟ ସାପ କାମୁଡାରେ ମଣିଷର ମୃତ୍ୟୁ ହୋଇଥିବା କଥା ଆପଣ ଶୁଣିଥିବେ । କିନ୍ତୁ ସାପକୁ ମଣିଷ କାମୁଡିବା ଘଟଣା କ୍ୱଚିତ ଦେଖିବାକୁ ମିଳିଥାଏ । ଉତ୍ତର ପ୍ରଦେଶରୁ ଏବେ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ହରଦୋଇ ଅଞ୍ଚଳର ଶୁକ୍ଲାପୁର ଗାଁରେ ଏକ ଚାଷୀ ଏକ ସାପକୁ କାମୁଡି ଚୋବାଇ ଦେଇଥିବାର ଘଟଣା ସାମ୍ନାକୁ ଆସିଛି । ଏହାପୂର୍ବରୁ ସାପଟି ମଣିଷକୁ କାମୁଡିଥିଲା ତେଣୁ ରାଗରେ ଚାଷୀଟି ସାପର ମୁଣ୍ଡଟିକୁ କାମୁଡି ଛିଡାଇ ଦେଇଥିଲେ । ଏଥିରେ ସାପଟିର ମୃତ୍ୟୁ ହୋଇଥିଲା । ତେବେ ଚାଷୀ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯିବା ଫଳରେ ତାଙ୍କର ଜୀବନ ବଞ୍ଚିଯାଇଛି । ଡାକ୍ତରଙ୍କ କହିବା ଅନୁଯାୟୀ, ଚାଷୀଙ୍କ ଦେହରେ ସାପ କାମୁଡାର ଚିହ୍ନ ଦେଖା ଯାଇ ନଥିଲା ।

ସୂଚନା ଅନୁଯାୟୀ, ଶୁକ୍ଲାପୁର ଅଞ୍ଚଳର ଚାଷୀ ସୋନେଲାଲ କ୍ଷେତକୁ ଘାସ ଆଣିବାକୁ ଯାଇଥିବା ବେଳେ ତାଙ୍କୁ ସାପ କାମୁଡିଥିଲା । କିନ୍ତୁ ସେ ମଧ୍ୟ ସାପକୁ କାମୁଡି ତା ମୁଣ୍ଡ ଛିଡାଇ ଦେଇଥିଲେ । ତେବେ କିଛି ସମୟ ମଧ୍ୟରେ ସୋନେଲାଲ କ୍ଷେତ ମଧ୍ୟରେ ବେହୋସ ହୋଇଯାଇଥିଲା । ପରେ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଥିଲା । ତାଙ୍କ ପଡ଼ୋଶୀ ରାମ ସେବକ ଏବଂ ରାମ ସ୍ୱରୂପ କହିଥିଲେ କି, ସୋନେଲାଲକୁ ସାପଟାଏ କାମୁଡ଼ିଛି। କିନ୍ତୁ, ତା’ ଦେହ ଯାଞ୍ଚ ହେବା ପରେ ମଧ୍ୟ କୌଣସି ସ୍ଥାନରେ ସାପକାମୁଡ଼ା ଚିହ୍ନ ମିଳିନଥିଲା ।

ରାତି ପ୍ରାୟ ୧୦ଟା ବେଳକୁ ସୋନେଲାଲଙ୍କ ଚେତା ଫେରିଲାରୁ ସେ ଘଟଣା ବର୍ଣ୍ଣନା କରିଥିଲେ। ସେ କହିଥିଲେ: ଗୋରୁ ଚରାଉଥିବାବେଳେ ତାଙ୍କୁ ସାପ କାମୁଡ଼ିଲା। ରାଗରେ ସେ ସାପକୁ ଉଠାଇ ଆଣି ତା’ର ମୁଣ୍ଡ କାମୁଡ଼ି ଛିଣ୍ଡାଇ ପକାଇଲେ।ଡାକ୍ତରଙ୍କ କହିବାନୁସାରେ, ତା’ ଦେହରେ ସାପ କାମୁଡ଼ା କ୍ଷତ ତ ନ ଥିଲା। ବୋଧହୁଏ ସାପ ମୁଣ୍ଡକୁ କାମୁଡ଼ିଲା ବେଳେ କିଛି ଅଂଶ ଖାଇ ଥିବାରୁ ସେଥିରେ ଥିବା ବିଷ ପ୍ରଭାବରୁ ସେ ବେହୋସ ହୋଇ ଯାଇଥିଲେ।