ପୁଣି ଜୀବନ ହାରିଲେ ଚାଷୀ ! ଫସଲ ନଷ୍ଟ ଯୋଗୁଁ କୀଟନାଶକ ପିଇଲେ ସମ୍ବଲପୁରର ଚାଷୀ

49

କନକ ବ୍ୟୁରୋ: ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ । ଏଥର ପୁଣି ଅଭିଯୋଗ ଆସିଛି ସମ୍ବଲପୁରରୁ । ଚକଡା ପୋଗ ଓ ଫସଲ ନଷ୍ଟ ଯୋଗୁଁ ରାସନପୁର ଗାଁର ଚାଷୀ କାହ୍ନୁ ମୁଣ୍ଡା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ନିଜଚାଷ ଜମିରେ କୀଟନାଶକ ପିଇ ଜୀବନ ହାରିଛନ୍ତି କାହ୍ନୁ ।

ସେହିପରି ସମ୍ବଲପୁର ପରେ ସୁନ୍ଦରଗଡରେ ମଧ୍ୟ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି । ହେମଗିରି ବ୍ଲକ କୁଆଁରକେଲା ଗାଁର ଚାଷୀ ମନୋଜ ସିଂହଙ୍କ ୨ଏକର ଜମିରେ ପୋକ ଲାଗି ଫସଲ ନଷ୍ଟ ହୋଇଛି । ଫଳରେ ସେ ହତାଶ ହୋଇ ବିଷ ପିଇ ଆତ୍ମହତ୍ୟାକରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପହଂଚିଛି ସ୍ଥିତି ଅନୁଧ୍ୟାନ କରିଛନ୍ତି ହେମଗିରି ତହସିଲଦାର, ବିଡିଓ ଓ ପୁଲିସ ।