ମଧ୍ୟପ୍ରଦେଶରେ ସରୁନି ଚାଷୀଙ୍କ ଦୁର୍ଦ୍ଦଶା ! ହୋସଙ୍ଗାବାଦ ଓ ରେହଟିରେ ଦୁଇ ଚାଷୀଙ୍କ ଆତ୍ମହତ୍ୟା

22

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବଢୁଛି ଚାଷୀ ଅସନ୍ତୋଷ । ଋଣ ଭାର ସହିନପାରି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ହୋସଙ୍ଗାବାଦ ଜିଲ୍ଲାର ସିୟୋନି ମାଲୱା ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୋମବାର ଦିନ ମଧ୍ୟ ରେହଟି ଅଂଚଳର ଜଣେ ଚାଷୀ ୬ଲକ୍ଷ ଟଙ୍କା ଋଣ ସୁଝିନପାରି କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ଜୁନ୍ ୧ତାରିଖରୁ ମଧ୍ୟପ୍ରଦେଶରେ କୃଷକ ଆନ୍ଦୋଳନ ଜାରି ରହିଛି । ଏହି ସମୟରେ ପୁଲିସ ଗୁଳିରେ ୬ଜଣ ଚାଷୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । ରାଜ୍ୟରେ କୃଷକ ଆନ୍ଦୋଳନକୁ ଆଖିରେ ରଖି ଶାନ୍ତି ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗତ ଶନିବାର ଦିନ ଉପବାସ ରଖିଥିଲେ । ତେବେ ୨୭ଘଂଟା ପରେ ସେ ତାଙ୍କ ଉପବାସ ଭାଙ୍ଗିଥିଲେ । କଂଗ୍ରେସ ଷଡଯନ୍ତ୍ର କରି ଏପରି ଆନ୍ଦୋଳନକୁ ଉସକାଉଥିବା ସେ ଅଭିଯୋଗ କରିଥିଲେ ।