ବ୍ରହ୍ମପୁର : ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ : ଲଗାଣ ବର୍ଷାରେ ଫସଲ ହାନି ପରେ କୀଟନାଶକ ପିଇ ଜୀବନ ହାରିଲେ ବଉଳିଝରି ଗାଁର ଚାଷୀ

41

କନକ ବ୍ୟୁରୋ :  ବର୍ଷା ଆଣିଦେଇଛି ଦୁଃଖ । ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି ଗଞ୍ଜାମରୁ । ବ୍ରହ୍ମପୁର କୁକୁଡାଖଣ୍ଡି ବ୍ଲକର ବଉଳଝରି ଗାଁର ଚାଷୀ ରାଜେନ୍ଦ୍ର ଭୂୟାଁ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଲଗାଣବର୍ଷା ଯୋଗୁଁ ଫସଲହାନୀ ପରେ ହତାଶ ହୋଇ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ରାଜ୍ୟରେ ଫସଲହାନୀ ଯୋଗୁଁ ଚାଷୀମାନେ ବାରମ୍ବାର ଆତ୍ମହତ୍ୟା କରୁଥିବା ନେଇ ଅଭିଯୋଗ ଆସୁଛି ।