ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ : ଋଣ ଶୁଝିନପାରି ବିଷ ପିଇଲେ ବୈାଦ୍ଧ ମନମୁଣ୍ଡାର ଚାଷୀ

35

କନକ ବ୍ୟୁରୋ : ଗୋଟିଏ ପଟେ ଚାଷୀ ଆତ୍ମହତ୍ୟା ନେଇ ଉଠୁଛି ପଡୁଛି ବିଧାନସଭା । ଅନ୍ୟପଟେ ପୁଣି ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ । ବୈାଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ଖଟଖଟିଆ ପଂଚାୟତରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମୃତକ ହେଲେ ଜାଲପାଲି ଗାଁର ବଲ୍ଲଭ ଧରେଇ । ସେ ରୁଣ ବୋଝ ସହିନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ହାତ ଉଧାରି କରି ଫସଲ କରିଥିବା ବଲ୍ଲଭ, ଫସଲହାନୀ ହେବାରୁ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।