ଚକଡା ପୋକ ନେଲା ନବୀନଙ୍କ ଜୀବନ ! ଫସଲ ହାନି ଯୋଗୁଁ ମାନସିକ ଭାରସାମ୍ୟ ହରାଇ ପିଇଦେଲେ କୀଟନାଶକ

31

କନକ ବ୍ୟୁରୋ : ଥମୁନି ଚାଷୀ ଆତ୍ମହତ୍ୟା । ବରଗଡରୁ ଆସିଲା ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିବାର ଅଭିଯୋଗ । ବରଗଡ ଅତାବିରା ଥାନା ଅନ୍ତର୍ଗତ ନୂଆଖଇରପାଲିର ଚାଷୀ ପି. ନବୀନ କୁମାର ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଫସଲ ହାନି ଯୋଗୁଁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକଙ୍କ କହିବା ଅନୁଯାୟୀ ଫସଲରେ ଚକଡା ପୋକ ଲାଗି ଯିବାରୁ ନବୀନ ଚାଷ କରିଥିବା ୧୫ ଏକର ଜମିର ଧାନ ଫସଲ ନଷ୍ଟ ହୋଇ ଯାଇଛି ।

ଗତକାଲି ମଧ୍ୟାହ୍ନରେ ନବୀନ ଜମି ଦେଖିବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ସେ କୀଟନାଶକ ପିଇଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଚାରି ଦିନ ତଳେ ବରଗଡ ଜିଲ୍ଲା କଳାପାଣିର ଚାଷୀ ବୃନ୍ଦା ସାହୁ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କରିଛନ୍ତି ବିରୋଧୀ ।ବାରମ୍ବାର ଚାଷୀ ଆତ୍ମହତ୍ୟା କରିବା ଭଳି ଘଟଣା ଏବେ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି ।