କଳାହାଣ୍ଡି ମାଦିଗୁଡା ଗାଁରୁ ଆସିଲା ଚାଷୀ ଆତ୍ମହତ୍ୟାର ଖବର : ଋଣ ଭାର ଯୋଗୁଁ ବିଷ ପିଇଲେ ବାହାଦୂର ରଣା

62

କନକ ବ୍ୟୁରୋ : ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ । କଳାହାଣ୍ଡି ଜିଲ୍ଲା ବୋଟା ଥାନା ମାଦିଗୁଡା ଗାଁରୁ ଆସିଛି ଚାଷୀ ଆତ୍ମହତ୍ୟାର ଖବର । ବାହାଦୂର ରଣା ନାମକ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଋଣ ଭାର ଯୋଗୁଁ ବାହାଦୂର ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ୪ ଲକ୍ଷ ଟଙ୍କା ଋଣ ଆଣି ୪ ଏକର ଜମିରେ ସେ କପା ଫସଲ କରିଥିଲେ । କିନ୍ତୁ ଲଗାଣ ବର୍ଷା ଯୋଗୁଁ କପା ଫସଲରେ କ୍ଷତି ହେବା ଯୋଗୁଁ ସେ ମାନସିକ ଦୁଶ୍ଚିନ୍ତାରେ ରହିଥିଲେ । ଗତକାଲି ବାହାଦୂର ନିଜ ଚାଷଜମିରେ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଟିଟିଲାଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।