ବଲାଙ୍ଗିରରେ ପୁଣି ଦୁଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ ! ଋଣ ଭାର ଯୋଗୁଁ ବିଷ ପିଇଲେ କୁଟୁମଡୁଲାର ଗୁପ୍ତେଶ୍ୱର ରଣା

32

କନକ ବ୍ୟୁରୋ: ବଲାଙ୍ଗିର ଜିଲ୍ଲାରେ ପୁଣି ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ । ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ କୁଟୁମଡୁଲା ଗାଁର ଚାଷୀ ଗୁପ୍ତେଶ୍ୱର ରଣା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଋଣ ଭାର ଓ ଫସଲ ନଷ୍ଟ ଯୋଗୁ ଗୁପ୍ତେଶ୍ୱର ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି ।

ସେହିପରି ବଲାଙ୍ଗିର ଜିଲ୍ଲା ଟିଟଲାଗଡର ଶିଆଳଝୁଡଙ୍ଗୀରେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଚାଷୀ । ଶିଆଳଝୁଡଙ୍ଗୀରେ କୁଦୋ ବାଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଫସଲ ନଷ୍ଟ ଯୋଗୁ ମାନସିକ ଦୁଶ୍ଚିନ୍ତାରେ କୁଦୋ ବାଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତାଙ୍କୁ ଟିଟଲାଗଡରୁ ବଲାଙ୍ଗିର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।