ପୁଣି ଆସିଲା ଚାଷୀ ଆତ୍ମହତ୍ୟା ଅଭିଯୋଗ! ବିଷ ପିଇ ଜୀବନ ହାରିଲେ ଗଂଜାମ ଜିଲ୍ଲା ଏରେଣ୍ଡା ଗାଁର ଚାଷୀ ଅଭୟ ନାଏକ

74

କନକ ବ୍ୟୁରୋ: ପୁଣି ଆସିଲା ଚାଷୀ ଆତ୍ମହତ୍ୟା ଅଭିଯୋଗ । ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡା ଗାଁର ଅଭୟ ନାଏକ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୁଚନା ଅନୁସାରେ ଚାଷୀ ଜଣକ ଋଣ କରି ସେ ଚାଷ କରିଥିଲେ । ପରେ ଫସଲରେ ଚକଡା ପୋକ ଲାଗିଯିବା ଯୋଗୁଁ ଫସଲ ନଷ୍ଟ ହୋଇଯାଇଥିଲା । ଏବଂ କରଜ ସୁଝିବା ଚିନ୍ତାରେ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ, ଗତକାଲି ବରଗଡର ମୃତ ଚାଷୀ ବୃନ୍ଦାବନ ସାହୁଙ୍କୁ କୌଣସି କ୍ଷତିପୂରଣ ମିଳିବନି ବୋଲି କୃଷିମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି । ଖାଲି ସେତିକି ନୁହେଁ ଜମିରେ ଫସଲ ପୋଡି ଦେଇଥିବା ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ନାହିଁ । ସେ ବରଗଡର ବୃନ୍ଦା ସହୁ ହୁଅନ୍ତୁ ବା ଅନ୍ୟ କେହି । ଏଭଳି ମନ୍ତବ୍ୟ ଦେଇଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ । ବରଗଡରେ ଚାଷୀର ଜମିରେ ଚକଡା ପୋକ ଲାଗି ଫସଲ ନଷ୍ଟ ବାବଦରେ ଜିଲ୍ଲାପାଳ ରିପୋର୍ଟ ଦେବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି କୃଷିମନ୍ତ୍ରୀ । ସେ କହିଛନ୍ତି, ବରଗଡ ଜିଲ୍ଲାପାଳ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ହେଲେ ରିପୋର୍ଟରେ ଚାଷୀ ଆତ୍ମହତ୍ୟା ନୁହେଁ, ଫସଲହାନୀ ବାବଦରେ ଉଲ୍ଲେଖ ରହିଛି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀ ଋଣ ପାଇଁ ଆତ୍ମହତ୍ୟା କରିନାହିଁ ।

Prasad Harichandanସେପଟେ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ମନ୍ତବ୍ୟକୁ ନେଇ ଜୋର ଧରିଛି ରାଜନୀତି । ଦାମଙ୍କ ମନ୍ତବ୍ୟକୁ କଡା ଭାଷାରେ ସମାଲୋଚନା କରିଛି ଉଭୟ ବିଜେପି ଓ କଂଗ୍ରେସ । କଂଗ୍ରେସ ସଭାପତି କହିଛନ୍ତି, ଚାଷୀଙ୍କ ମନ ପୋଡିଗଲା, ଚାଷ ପୋଡଗଲା ଆଗକୁ ସରକାର ମଧ୍ୟ ପୋଡି ଯିବ । ଚାଷୀଙ୍କ ସୁରକ୍ଷା ପାଇଁ ଆସନ୍ତା ୭ ତାରିଖରେ କଂଗ୍ରେସ ବରଗଡରେ ବିଚାଟ ଚାଷୀ ସମାବେଶ କରିବ ବୋଲି କହିଛନ୍ତି ପ୍ରସାଦ ହରିଚନ୍ଦନ । ସେହିଭଳି ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ତାତ୍ସଲ୍ୟ ଅମାନବୀୟ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ଏଭଳି ମନ୍ତବ୍ୟ ଦେଇଥିବା ମନ୍ତ୍ରୀଙ୍କର ମନ୍ତ୍ରୀ ପଦରେ ରହିବାର ଅଧିକାର ନାହିଁ ବୋଲି କହିଛନ୍ତି ବସନ୍ତ ପଣ୍ଡା ।

ଆତ୍ମହତ୍ୟା ପୁର୍ବରୁ ବୃନ୍ଦା ସାହୁ କୃଷି ଅଧିକାରୀମାନଙ୍କୁ ନିଜ ସମସ୍ୟା ସମ୍ପର୍କରେ ଜଣାଇଥିଲେ । ହେଲେ କେହି ତାଙ୍କୁ ସାହାଯ୍ୟ କରିନଥିଲେ । ବୃନ୍ଦା ସାହୁ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ପ୍ରଶାସନ ହତ୍ୟା କରିଛି ବୋଲି ସେ କହିଛନ୍ତି । କୀଟନାଶକ କ୍ରୟରେ କୋଟିକୋଟି ଟଙ୍କାର ଘୋଟାଲା ହୋଇଛି । ଏହାର ପର୍ଦ୍ଧାଫାସ ହେଉ । ବିଜେପି ତୃଣମୁଳ ସ୍ତରରେ ଚାଷୀ ଆନ୍ଦୋଳନ କରିବ ବୋଲି କହିଛନ୍ତି ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା ।