ମଧ୍ୟପ୍ରଦେଶରେ କୃଷକ ଆନ୍ଦୋଳନକୁ ଶାନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ଅଭିନବ ପ୍ରୟାସ ! ଆଜି ଭୋପାଳର ଦଶହରା ଗ୍ରାଉଣ୍ଡରେ କରିବେ ଉପବାସ

1

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ କୃଷକ ଆନ୍ଦୋଳନକୁ ଶାନ୍ତ କରିବାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଆଜି ଭୋପାଳର ଦଶହରା ଗ୍ରାଉଣ୍ଡରେ ଉପବାସ କରିବେ । ଏହା ସହ ସେ ଲୋକଙ୍କ ଅଭିଯୋଗ ବି ଶୁଣିବେ । କିନ୍ତୁ ପ୍ରଶ୍ନ ଉଠୁଛି, ଉପବାସ ଦ୍ୱାରା ଲୋକଙ୍କ ସମସ୍ୟାର ସମାଧାନ କିପରି ହେବ । ଚାଷୀ ଆନ୍ଦୋଳନକୁ ନେଇ ମଧ୍ୟପ୍ରଦେଶ ଏବେ ଜଳୁଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀଙ୍କ ପ୍ରଦର୍ଶନ ଉଗ୍ର ରୂପ ନେଇଛି । ଆନ୍ଦୋଳନ ଆଜି ଦଶମ ଦିନରେ ପହଂଚିଛି ।

ଏହା ପରେ ଶିବରାଜ ସିଂହ ଚୌହ୍ୱାନ ସରକାର ଚାରିଆଡୁ ସମାଲୋଚନାର ଶୀକାର ହୋଇଛନ୍ତି । ଫସଲ ଉଚିତ ମୂଲ୍ୟ ଓ କୃଷିଋଣ ଛାଡ ଦାବିରେ ମଧ୍ୟପ୍ରଦେଶରେ କୃଷକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପୋଲିସ ଗୁଳିରେ ୬ ଜଣଙ୍କର ଜୀବନ ମଧ୍ୟ ଯାଇଛି । ଆଉ ଆନ୍ଦୋଳନ ଶାନ୍ତ ନହେବା ପରେ ଶିବରାଜ ଉପବାସ ରାଜନୀତି ଆରମ୍ଭ କରିଛନ୍ତି । ବର୍ତ୍ତମାନ ଭୋପାଳର ଦଶହରା ଗ୍ରାଉଣ୍ଡରୁ ରାଜ୍ୟ ପ୍ରଶାସନ ଚାଲିବ । ଶିବରାଜ ସିଂ ଚୌହ୍ୱାନଙ୍କ ଉପବାସକୁ ନେଇ ରାଜ୍ୟ ରାଜନୀତି ବି ସରଗରମ ରହିଛି ।

Comments are closed.