ଜେଲରେ ଥିବା ଚାଷୀ ନେତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର : ତୁରନ୍ତ ଚିକିତ୍ସା ଦାବି କରିଛି ନବନିର୍ମାଣ କୃଷକ ସଂଗଠନ

30

କନକ ବ୍ୟୁରୋ : ଜେଲରେ ଥିବା ଚାଷୀ ନେତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ଦାବି କରି ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି ନବନିର୍ମାଣ କୃଷକ ସଂଗଠନ । କୃଷକମାନଙ୍କ ବିଭିନ୍ନ ସମସ୍ୟା ନେଇ ସ୍ୱର ଉଠାଇଥିବା ସଂଗଠନର ଦୁଇ ନେତା ଅକ୍ଷୟ କୁମାର ଏବଂ ଶେଷଦେବ ନନ୍ଦଙ୍କୁ ପୋଲିସ ଗିରଫ କରିଛି ।

ଜେଲରେ ୬ ଦିନ ହେଲା ଆମରଣ ଅନଶନ ଚଲାଇଛନ୍ତି ଚାଷୀ ନେତା । ତାଂକୁ ଉଦେଶ୍ୟମୂଳକ ଭାବେ ଗିରଫ କରାଯାଇ ଜେଲରେ ରଖାଯାଇଥିବା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି । ଫଳରେ ସେମାନଙ୍କୁ ନିସର୍ତ୍ତ ଖଲାସ କରିବାକୁ ସଂଗଠନ ପକ୍ଷରୁ ମାନବାଧିକାର କମିଶନଙ୍କୁ ଦାବିପତ୍ର ଦିଆଯାଇଛି ।