ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଆଜି ବି ବିଧାନସଭାରେ ହଙ୍ଗାମା : ଗୃହ କମିଟି ଗଠନ ଦାବିରେ କଳା ଗାଉନ ପିନ୍ଧି ବିଜେପି ସଦସ୍ୟଙ୍କ ହୋହାଲ୍ଲା

31

କନକ ବ୍ୟୁରୋ : ବିଧାନସଭାରେ ଆଜି ପୁଣି ଦେଖିବାକୁ ମିଳିଛି ଚାଷୀ ତାତି । ମାତ୍ର ୪ ମିନିଟ୍ ଚାଲିବା ପରେ ଘଂଟାଏ ପାଇଁ ଗୃହ ମୁଲତବୀ । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଗୃହରେ ଆଜି ହୋ ହଲ୍ଲା କରିଛନ୍ତି ବିରୋଧି । ବିଜେପି ସଦସ୍ୟମାନେ କଳା ଜ୍ୟାକେଟ୍ ପିନ୍ଧି ସରକାରଙ୍କୁ ପ୍ରତିବାଦ ଜଣାଇଛନ୍ତି ।

ବରଗଡର ଚାଷୀ ଖଏନୁ ବଗର୍ତିଙ୍କ ଆତ୍ମହତ୍ୟାକୁ ନେଇ ଗୃହରେ ଭୁଲ ତଥ୍ୟ ରଖିଥିବା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ନିଜ ଦୋଷ ସ୍ୱୀକାର କରିବା ସହ କୃଷି ମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେପି । ଏହା ସହ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଏକ ହାଉସ କମିଟି ମଧ୍ୟ ଗଠନ ପାଇଁ ଦାବି କରିଛନ୍ତି ବିଜେପି ସଦସ୍ୟ । ପ୍ରଶ୍ନ କାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଯୋଗୁ ବାଚସ୍ପତି ଘଂଟାଏ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।