ଚାଷୀଙ୍କ ପାଇଁ ଭଣ୍ଡାର ଖୋଲିଦେଲେ ମୋଦି ସରକାର ! ବଜେଟରେ ହେଲା ବଡ ଘୋଷଣା, ଚାଷୀର ସବୁ ଫସଲ କିଣିବେ ସରକାର

62

କନକ ବ୍ୟୁରୋ : ଗ୍ରାମାଂଚଳ ଭାରତକୁ ଦୃଷ୍ଟିରେ ରଖି କୃଷି ଉପରେ ଏକ ଆଖିଦୃଶିଆ ଘୋଷଣା କରିଛନ୍ତି ସରକାର । ଚଳିତବର୍ଷ ହେବାକୁ ଥିବା ୮ଟି ରାଜ୍ୟର ନିର୍ବାଚନକୁ ଦୃଷ୍ଟିରେ ରଖି କୃଷି ଓ ଗ୍ରାମୀଣ ଭାରତ ଉପରେ ଫୋକସ କରିଛନ୍ତି ମୋଦି ସରକାର । ଦେଶର ଜନସଂଖ୍ୟାର ବଡ ଅଂଶକୁ ତୁଷ୍ଟ କରିବା ପାଇଁ ନିବାର୍ଚନୀ ବଜେଟ କରିଛନ୍ତି ଅରୁଣ ଜେଟଲୀ । କୃଷି ଓ କୃଷକଙ୍କ ଉପରେ ଦିଆଯାଇଛି ଗୁରୁତ୍ୱ । ସବୁଠୁ ବଡ ଘୋଷଣା ହେଉଛି ସବୁ ଫସଲ, ସର୍ବନିମ୍ନ ସହାୟକ ମୂଲ୍ୟରେ କିଣାଯିବ । ଏବଂ ଫସଲ ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ହେବ ସର୍ବନିମ୍ନ ସହାୟକ ମୂଲ୍ୟ । ୨୦୨୨ ସୁଦ୍ଧା କୃଷକର ଆୟ ଦୁଇଗଣା କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏଣିିକି ଚାଷୀର ସବୁ ଫସଲକୁ ସରକାର କିଣିବେ ଏବଂ ସବୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ଉତ୍ପାଦନ ଖର୍ଚର ଦେଢଗୁଣା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

budgetସେହିପରି କୃଷିଜାତ ସାମଗ୍ରୀ ପାଇଁ ୨୨ ହଜାର ହାଟ ଏବଂ କୃଷି ବଜାର ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ୪୨ ମେଗା ଫୁଡ ପାର୍କ ନିର୍ମାଣ କରିବାକୁ ବଜେଟରେ ପ୍ରତିଶ୍ରୁତି ଦିଆଯାଇଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ସରକାର, ଆଳୁ, ଟମାଟୋ ଓ ପିଆଜ ଉତ୍ପାଦନ ଓ ବିକ୍ରି ପାଇଁ ଅପେରସନ ଗ୍ରୀନ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ସେପଟେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ୮ ଲକ୍ଷ ଗରିବ ମହିଳାଙ୍କୁ ମାଗଣାରେ ରନ୍ଧନ ଗ୍ୟାସ ସଂଯୋଗ ଦିଆଯିବ । ସେହିପରି ନୂଆ ବ୍ୟବସାୟ ଆରମ୍ଭ ପାଇଁ ୩ ଲକ୍ଷ କୋଟି ଟଙ୍କାର ମୁଦ୍ରା ଋଣ ଏବଂ ୭୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରହିଛି ।

ଜେଟଲିଙ୍କ ୨୦୧୮ ହିସାବ ନିକାଶରେ କୃଷି ଓ କୃଷକଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି । ୧୧ ଲକ୍ଷ କୋଟିର କୃଷି ଋଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଏହା ୧୦ ଲକ୍ଷ କୋଟି ଥିଲା । ୨୦୨୨ ସୁଦ୍ଧା କୃଷକ ଆୟ ଦୁଇଗୁଣ ହେବ । ଖରିଫ ଫସଲରେ ଏମଏସି ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ହେବ । ସବୁ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯିବ । ଜଳସେଚନ ପାଇଁ ୨୬ ଶହ କୋଟିର ପାଣ୍ଠି ବ୍ୟୟ ବରାଦ କରିଛନ୍ତି ଜେଟଲି । କୃଷି ଉତ୍ପାଦନ ବଢିବା କ୍ଷେତ୍ରରେ ଉଦ୍ୟମ ଜାରି ରହିଥିବା କହିଛନ୍ତି ଅର୍ଥମନ୍ତ୍ରୀ । ଦେଶର ଚାଷୀ ଖାଦ୍ୟ ଶସ୍ୟ ଉତ୍ପାଦନ ରେକର୍ଡ କରିଛି । ୨ଶହ ୭୫ ମିଲିୟନ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି ।

କେବଳ ୩୦ କୋଟି ଟନର ଫଳ ଉତ୍ପାଦନ ହୋଇଛି । କୃଷକର କୃଷି ଉତ୍ପାଦନ ବିକିବା ପାଇଁ ୨୨ ହଜାର ହାଟ କରାଯାଇଛି । କୃଷି ବଜାର ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ନୂଆ ଗ୍ରାମୀଣ ବଜାର ଇନେମ ଖୋଲାଯିବ । ଆଳୁ, ଟମାଟୋ ଓ ପିଆଜ ଚାଷୀଙ୍କ ପାଇଁ ଅପେରସନ ଗ୍ରୀନ ଯୋଜନା ଆରମ୍ଭ କରାଯିବ । ଆଳୁ, ଟମାଟୋ ଓ ପିଆଜ ଉତ୍ପାଦନ ବୃଦ୍ଧି ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ୪୨ ମେଗା ଫୁଡ ପାର୍କ କରାଯିବ । ପଶୁପାଳନ ଓ ମତ୍ସଚାଷ ପାଇଁ କିସାନ କ୍ରେଡିଟ କାର୍ଡ ଯୋଗାଇ ଦିଆଯିବ । ଏ ବାବଦକୁ ଦୁଇଟି ଫାଣ୍ଠି ଜରିଆରେ ୧୦ କୋଟି ଖର୍ଚ୍ଚ କରାଯିବ । ବାଉଁଶକୁ ଜଙ୍ଗଲ ଠାରୁ ଅଲଗା କରାଯିବ । କେବଳ ବାଉଁଶ ଜଙ୍ଗଲ ପାଇଁ ୧ ହଜାର ୨ଶହ ୯୦ କୋଟି ଟଙ୍କା ଖର୍ଚ କରାଯିବ ।