ଅମରଙ୍କ ଭଳି କୋଟି ପତି ହେବାକୁ ଚାହାଁନ୍ତିି କି ? ପଢ଼ନ୍ତୁ ଏହି ରିପୋର୍ଟ

47

କନକ ବ୍ୟୁରୋ : କୋଟିପତି ହେବାକୁ କିଏ ବା ନ ଚାହେଁ । ଭବିଷ୍ୟତ ଯାହା ହେଉ ନା କାହିଁକି କିନ୍ତୁ ଗାଡି, ବଙ୍ଗଳା, ଧନସମ୍ପତ୍ତି ପାଖରେ ପାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ । ଆପଣ ବି କୋଟିପତି ହେବାକୁ ଚାହାଁନ୍ତି କି, ଆଗକୁ ପଢ଼ନ୍ତୁ ।

ମାଟିତଳେ କିଛି ନା କିଛି ରହିଛି । ଗୋଟିଏ ଡିସିମିଲ ଜମି ବି ଦେଇପାରେ ଗୁପ୍ତଧନ । ଯାହା ଘଟିଛି ରାଜସ୍ଥାନର ଜଣେ ଯୁବକଙ୍କ କ୍ଷେତ୍ରରେ । ତାଙ୍କ ସହ ଯାହା ଘଟିଛି ତାହା କାହା ସହ ବି ଘଟିପାରେ । ତେବେ ବାପାଙ୍କ ନାଁରେ ଥିବା ଦୁଇ ଏକର ତାଙ୍କୁ କରିଦେଇଛି କୋଟିପତି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ ।

ରାଜସ୍ଥାନର ଅମର ସିଂହ । ୧୯୭୭ରେ ବାପାଙ୍କ ମୃତ୍ୟ ପରେ ସେ ପରିବାରର ପ୍ରତିପୋଷଣର ଦାୟିତ୍ୱ ଆସିଲା ଅମରଙ୍କ ଉପରେ । ବାପାଙ୍କ ପରେ ଘରର ଏକମାତ୍ର ପୁଅ ହୋଇଥିବାରୁ ଏହା ତାଙ୍କର କାର୍ଯ୍ୟ ଥିଲା । ପ୍ରତିପୋଷଣର ମାଧ୍ୟମ ଥିଲା ଚାଷ । ହେଲେ ଚାଷ ଏତେ ଭଲରେ ଜାଣି ନଥିବା ଅମର ହଡବଡେଇ ଗଲେ । କଣ କରିବେ ଭାବି ଭାବି ୧୯୮୫ରେ ଗୁଜୁରାଟର ଅହମଦାବାଦ ଆସିଲେ ସେ । ପେଷାରେ ବନିଗଲେ ଅଟୋ ଡ୍ରାଇଭର ।

ଶଶୁର ଘର ଯାଉଥିବା ବେଳେ ଅମରଙ୍କ ନଜର ପଡିଲା ଗୋଟିଏ ପୁରୁଣା ଖବରକାଗଜ ଉପରେ । ଯେଉଁଥିରେ ଲେଖାଥିଲା ଅଁଳାର ଉପକାରୀତା । ଆଉ ତା ପରେ ମାତ୍ର ୧୨ଶହ ଟଙ୍କା ଦେଇ ୬୦ ଟି ଅଁଳା ଚାରା କିଣିଲେ ଅମର । ଫେରିଆସିଲେ ରାଜସ୍ଥାନ । ବାପାଙ୍କ ନାଁରେ ଥିବା ଦୁଇ ହିସିମିଲ ଜମିକୁ ହଳ କରି ତାକୁ ବ୍ୟବହାର ଉପଯୋଗୀ କଲେ । ଆଉ ତା ପରେ ସେହି ଜମିରେ ଲଗାଇଲେ କିଣି ଆଣିଥିବା ୬୦ଟି ଅଁଳା ଚାରାକୁ । ଯାହା ପରବର୍ତ୍ତୀ ସମୟରେ ତାଙ୍କ ପାଇଁ ସାଜିଲା ଗୁପ୍ତଧନ ।

ଅମର ଯେତେବେଳେ ଅଁଳା ଗଛ ଲଗାଇଲେ ସେତେବେଳେ ତାଙ୍କ ଗାଁରେ କେହି ଆଶା କରିନଥିଲେ ଅଁଳା କେମିତି ଅମରଙ୍କ ପାଇଁ ଲକି ସାବ୍ୟସ୍ତ ହେବ । ଯେଉଁ ଜମିରେ ଚାଷ କରି ଅମରଙ୍କ ପରିବାର ପ୍ରତିପୋଷଣର ଆଶା ମଉଳି ଯାଇଥିଲା, ସେହି ଜମିରେ ଅଁଳା ଗଛ ରୋପଣ ତାଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଲା । ସେହି ଜମିରୁ ଏବେ ମାସକୁ ପ୍ରାୟ ୨୬ଲକ୍ଷ ଟଙ୍କାର ଟର୍ଚ୍ଚର୍ ଓଭର ପାଉଛନ୍ତି । ମାନେ ବର୍ଷକୁ ୩କୋଟିରୁ ଅଧିକ ।

ରାଜସ୍ଥାନର ପ୍ରେରଣାଦାୟକ କୃଷକଙ୍କ ଭିତରେ ଅମର ସିଂହଙ୍କ ନାଁ ରହିଛି । ତାଙ୍କ ଅଁଳା କ୍ଷେତରେ କାମ କରି ସ୍ଥାନୀୟ ଅଞ୍ଚଳର ଅନେକ ଲୋକ ରୋଜଗାର ପାଉଛନ୍ତି । ତେଣୁ ସେ ଏବେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଛନ୍ତି । ଏହି କାରବାରରେ ଅମରଙ୍କୁ ସହଯୋଗର ହାତ ବଢ଼ାଇଛି ଲ୍ୟୁପିନ ହ୍ୟୁମାନ ୱେଲଫେୟାର ରିସର୍ଚ୍ଚ ଫାଉଣ୍ଡେସନ । ଅମରଙ୍କର ଦୃଢ଼ ଆତ୍ମ ବିଶ୍ୱାସ ଓ ପରିଶ୍ରମ ପାଇଁ ସେ ଏଭଳି ସଫଳତା ପାଇଥିବା ବେଳେ ତାଙ୍କର ପରିଶ୍ରମ ମଧ୍ୟ ଅନେକଙ୍କୁ ନିଯୁକ୍ତି ଦେଇପାରିଛି ବୋଲି କହିଛନ୍ତି ଲ୍ୟୁପିନ ହ୍ୟୁମାନ ୱେଲଫେୟାର ରିସର୍ଚ୍ଚ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୀତାରାମ ଗୁପ୍ତା ।