କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ : ବରଗଡ ଜିଲ୍ଲପାଳଙ୍କ ଅଫିସ ଆଗରେ ଧାରଣା ବେଳେ ବିଷ ପିଇଲେ ଚାଷୀ, କାଳବୈଶାଖୀ ବର୍ଷାରେ ଫସଲ ନଷ୍ଟ ଯୋଗୁଁ କ୍ଷତିପୂରଣ ଦାବି

54

କନକ ବ୍ୟୁରୋ : ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ । କାଳବୈଶାଖୀ ବର୍ଷା ଯୋଗୁଁ ବରଗଡରେ ବହୁ ଫସଲ ନଷ୍ଟ ହୋଇଛି । କ୍ଷତିପୂରଣ ଦାବିରେ ଚାଷୀମାନେ ଆଜି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ । ତେବେ ହଠାତ ଜଣେ ଚାଷୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଚାଷୀ ଜଣକ ହେଲେ ବରପାଲି କନବାରା ଗାଁର ଅକ୍ରୁର ବିଶି । ତାଙ୍କୁ ସଂଗେ ସଂଗେ ବରଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେପଟେ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକରେ ଦୈବୀ ଦୁର୍ବିପାକରେ ଛନ୍ଦି ହେଉଛି ଚାଷୀ । କେତବେଳେ ପାଣି ଅଭାବରୁ ମରୁଡ଼ି ତ କେତେବେଳେ ଅଦିନିଆ ବର୍ଷା ଉଜାଡି ଦେଉଛି ଚାଷ । ବର୍ଷା ପାଇଁ ୨୫ ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଛି । ଫସଲ କ୍ଷତିକୁ ଦେଖି ଚିନ୍ତାରେ ପଡ଼ିଯାଇଛି ଚାଷୀ ।

ଅଦିନିଆ ବର୍ଷା କ୍ଷୟକ୍ଷତି ନେଇ ଡେପୁଡି ଏସଆରସିଙ୍କ ସୂଚନା । ଛଅଟି ଜିଲ୍ଳାରେ କ୍ଷତି ସର୍ବାଧିକ ହୋଇଛି । ବରଗଡ ଜିଲ୍ଲାରେ ଚାଷୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଅତିରିକ୍ତ ରିଲିଫ କମିସନର ପ୍ରଭାତ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଓ ବରଗଡରେ ଗଛ ପଡି ୨ ଜଣଙ୍କ ମୃତ୍ୟୁ ହୋଇଛି । ମୟୁରଭଂଜରେ କାନ୍ଥ ପଡ ଜଣକ ମୃତ୍ୟୁ ହୋଇଛି । ମୟୁରଭଂଜରେ ଘର ଭଙ୍ଗା ସହାୟତର ୫ ଲକ୍ଷ ୩୧ ହଜାର ୨ ଶହ ଟଙ୍କା ପ୍ରଦାନ କରାଯାଇଛି । ଅନ୍ୟ ଜିଲ୍ଳାପାଳ ରିପୋର୍ଟ ଦେଲେ ସହାୟତା ଦିଆଯିବ ବୋଲି ଡେପୁଟି ଏସଆରସି ସୂଚନା ଦେଇଛନ୍ତି ।