ସ୍କୁଲ ବହିରେ ତ୍ରୁଟି ! ମିଲଖା ସିଂହଙ୍କ ସ୍ଥାନରେ ଲାଗିଲା ଫରହାନ ଅଖତାରଙ୍କ ଫଟୋ, ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ।

35

ଭାଗ ମିଲଖା ଭାଗ ! ଏହି ଚଳଚିତ୍ର ପାଇଁ ଫରହାନ ଅଖତାର ସାଉଁଟିଥିଲେ ଅନେକ ପ୍ରଶଂସା । ପଶ୍ଚିମବଙ୍ଗର ଏକ ସ୍କୁଲରେ ମିଲଖା ସିଂହଙ୍କୁ ଦେଖାଇବା ପାଇଁ ଫରହାନ ଅଖତାରଙ୍କ ଫଟୋ ବ୍ୟବହାର କରାଯାଇଛି । ଆଉ ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏପରିକି ଶିକ୍ଷା ବ୍ୟବସ୍ଥାରେ ଏଭଳି ତ୍ରୁଟି ଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ଏବଂ ଛୋଟ ପିଲାମାନଙ୍କ ଭବିଷ୍ୟତ ସହ ପ୍ରଶାସନ ଖେଳ ଖେଳୁଥିବା ଅଭିଯେ୍ଧଜ୍ଞ ମଧ୍ୟ ହୋଇଛି ।

ଏହି ଖବର ବଲିଉଡ ଅଭିନେତା ଫରହାନ ଅଖତାରଙ୍କ ପାଖରେ ପହଞ୍ଚିବା ପରେ, ସେ ତୁରନ୍ତ ଏହି ଛବିକୁ ବହିରୁ ହଟାଇବା ପାଇଁ ପଶ୍ଚିମବଙ୍ଗର ଶିକ୍ଷା ମନ୍ତ୍ରାଳୟକୁ ଟ୍ୱିଟ ଜରିଆରେ କହିଛନ୍ତି । ସେ କହିଛନ୍ତି ଯେ, ବହିରେ ମିଲଖା ସିଂହଙ୍କୁ ଦେଖାଇବାରେ ଶିକ୍ଷା ମନ୍ତ୍ରାଳୟ ଭୁଲ କରିଛି । ଏବଂ ତୁରନ୍ତ ଏଥିରେ ପରିବର୍ତ୍ତନ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

ତେବେ ଏହି ଘଟଣା ସେତେବେଳେ ଜଣାପଡିଥିଲା, ଯେତେବେଳେ ଜଣେ ଟ୍ୱିଟର ବ୍ୟବହାରକାରୀ ଏହାକୁ ସେୟାର କରିଥିଲେ । ଏବଂ ସେଥିରେ ଉଲ୍ଲେଖ କରିଥିଲେ ଯେ, ପଶ୍ଚିମ ବଙ୍ଗଳାର ଏକ ସ୍କୁଲରେ ବହିରେ ମିଲଖା ସିଂହଙ୍କ ଜାଗାରେ ବଲିଉଡ ଅଭିନେତା ଫରହାନ ଅଖତାରଙ୍କ ଫଟୋ ବ୍ୟବହାର କରାଯାଇଛି । ତେବେ ମିଲଖା ସିଂହଙ୍କ ବାୟୋଗ୍ରାଫି ଚଳଚିତ୍ରରେ ଅଭିନୟ କରିଥିଲେ ବଲିଉଡ ଅଭିନେତା ଫରହାନ ଅଖତାର । ଏବଂ ଏହି ଫିଲ୍ମ ମଧ୍ୟ ହିଟ୍ ହୋଇଥିଲା ।