ଫିଲ୍ମ ଦୁନିଆରୁ ଗାଏବ ଇମ୍ରାନ ଖାନ ହଠାତ୍ ଆସିଯାଇଛନ୍ତି ଚର୍ଚ୍ଚାରେ : ଅଭିନେତା ଇମ୍ରାନ ଖାନଙ୍କୁ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଭାବି ଫ୍ୟାନ୍ସ ଦେଲେ ଶୁଭେଚ୍ଛା

57

ବଲିଉଡ ଅଭିନେତା ଇମ୍ରାନ ଖାନ ଲମ୍ବା ସମୟ ଧରି ଫିଲ୍ମି ଦୁନିଆରୁ ଗାଏବ ଅଛନ୍ତି । ମାତ୍ର ପାକିସ୍ତାନର ରାଜନୀତି କାରଣରୁ ତାଙ୍କ ନାଁ ଏବେ ହଠାତ୍ ଚର୍ଚ୍ଚାରେ ଆସିଯାଇଛି । ପ୍ରଶଂସକମାନେ ଅଭିନେତା ଇମ୍ରାନ ଖାନଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ବନାଇ ଦେଇଛନ୍ତି । ଏହାପଛର କାରଣ ଗସିପ ନୁହେଁ ବରଂ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣା ।

କିଛି ଦିନ ହେବ ପାକିସ୍ତାନର ନିର୍ବାଚନ ଫଳାଫଳରେ ସବୁଠାରୁ ବଡ ଦଳର ନେତା ହେବା କାରଣରୁ ଇମ୍ରାନ ଖାନଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ । ମାତ୍ର ଅନେକ ଲୋକ ଏକାଭଳି ନାଁ କାରଣରୁ ଭୁଲ ବୁଝାମଣାର ଶିକାର ହୋଇଛନ୍ତି, ଯେଉଁକାରଣରୁ ଅଭିନେତା ଇମ୍ରାନ ଖାନଙ୍କୁ ହିଁ ପ୍ରଧାନମନ୍ତ୍ରୀ ଭାବି ନେଇଛନ୍ତି । ଅଭିନେତା ଇମ୍ରାନଙ୍କୁ ଏହି କାରଣରୁ ଅନେକ ସନ୍ଦେଶ ଏବଂ ଶୁଭେଚ୍ଛା ମିଳିବାରେ ଲାଗିଛି । ଏହି ବିଷୟର ଖୁଲାସା ନିଜେ ଅଭିନେତା ଇମ୍ରାନ କରିଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟ ଗୁଡିକୁ ସେ ସ୍କ୍ରିନ ସଟ ନେଇ ଶେୟାର କରି ଏହାର ସୂଚନା ଦେଇଛନ୍ତି ।