ଫୋନି ମୃତ୍ୟୁ ସଂଖ୍ୟା ୬୪ ! ବାତ୍ୟାରେ ମରିଛନ୍ତି ୫ ହଜାରରୁ ଉର୍ଦ୍ଧ୍ୱ ଗୃହପାଳିତ ପଶୁ

91

କନକ ବ୍ୟୁରୋ : ଫୋନି ମୃତ୍ୟୁ ସଂଖ୍ୟା ୬୪ । ବାତ୍ୟାରେ ୪୧ ଲକ୍ଷ ଗୃହପାଳିତ ପକ୍ଷୀ ମରିଛନ୍ତି । ଫୋନି ତାଣ୍ଡବରେ ୫୩୭୫ ଛୋଟ ଓ ବଡ଼ ଗୃହପାଳିତ ପକ୍ଷୀ ମରିଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂ ଏହି ସୂଚନା ଦେଇଛନ୍ତି । ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ଭୁବନେଶ୍ୱରରେ ୯୩.୩୬ ପ୍ରତିଶତ ରିଲିଫ୍ ବଂଟା ଯାଇଛି । ପୁରୀରେ ୨ଟି ମୋବାଇଲ ଭ୍ୟାନରେ ଶସ୍ତାରେ ଯୋଗାଣ ବିଭାଗ ପକ୍ଷରୁ ଆଳୁ, ପିଆଜ, ମହମବତୀ ଦିଆସିଲି ବ୍ରିକ୍ରି କରାଯାଇଛି । ବାତ୍ୟା ଫୋନିରେ ପୁରୀ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ରାଜ୍ୟ ସରକାର ଏଥିପାଇଁ ଅଧିକ ଗୁରୁତ୍ୱ ଦେଉଛନ୍ତି ।

କାକଟପୁର ବୀତୀତ ସବୁ ସ୍ଥାନରେ ପାଇକ ଜଳ ପ୍ରକଳ୍ପ କାମ କଲାଣି । ଏପଟେ ରାଜଧାନୀ ଭୁବନେଶ୍ୱରରେ ୮୨ ପ୍ରତିଶତ, ପୁରୀ ସହରରେ ୪୫ ପ୍ରତିଶତ ମୋବାଇଲ ଟାୱାର କଭରେଜ୍ ମିଳିଲାଣି । ପୁରୀ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ଏଟିଏମ କାମ କଲାଣି । ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାରେ ୮୬ ପ୍ରତିଶତ ଏଟିଏମ କାର୍ଯ୍ୟକ୍ଷମ ରହିଛି ।

ସୂଚନାଯୋଗ୍ୟ ସଦ୍ୟ ରିପୋର୍ଟ ଅନୁସାରେ ଫୋନି ମୃତ୍ୟୁ ସଂଖ୍ୟାରେ କୌଣସି ବୃଦ୍ଧି ନାହିଁ । ଗତ ୧୩ ତାରିଖରେ ମଧ୍ୟ ମୃତ୍ୟୁ ସଂଖ୍ୟା ନେଇ ଏକ ରିପୋର୍ଟ ଆସିଥିଲା । ସୌଭାଗ୍ୟବଶତଃ ମୃତ୍ୟୁ ସଂଖ୍ୟା ସେତିକିରେ ରହିଛି । ଅନ୍ୟପଟେ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳକୁ ସ୍ୱାଭାବିକ ସ୍ଥିତିକୁ ଆଣିବାକୁ ରାଜ୍ୟ ସରକାର ଜୋରସୋରରେ ଲାଗିପଡ଼ିଛନ୍ତି ।