ଜଷ୍ଟିନଙ୍କ ଜବରଦସ୍ତ ଫ୍ୟାନ୍ ! ଗୋଟିଏ ଝଲକ୍ ପାଇଁ ଚାକିରୀ ଛାଡିଲେ ଯୁବକ

68

ମୁମ୍ବାଇରେ ବିବର୍ ଫିବର୍ । ଡି.ଆଇ ପାଟିଲ୍ ଷ୍ଟାଡିୟମରେ ଲୋକପ୍ରିୟ ପପ୍ ସିଙ୍ଗର୍ ଜଷ୍ଟିନ୍ ବିବରଙ୍କ କନଶର୍ଟ । ଯାହାକୁ ଦେଖିବା ପାଇଁ ଧାଡିବାନ୍ଧିଛନ୍ତି ଲକ୍ଷ ଲକ୍ଷ ପ୍ରଶଂସକ । ତେବେ ଏମାନଙ୍କ ମଧ୍ୟରେ ଜଣେ ପ୍ରଶଂସକ ଏବେ ଚର୍ଚ୍ଚାରେ । ଜଷ୍ଟିନଙ୍କ ଗୋଟିଏ ଝଲକ୍ ପାଇବା ପାଇଁ ଛାଡି ଦେଇଛନ୍ତି ସବୁକିଛି । ଏପରିକି ଚାକିରୀ ମଧ୍ୟ । ଜଷ୍ଟିନ୍ ଏହି ଜବରଦସ୍ତ ଫ୍ୟାନ୍ ଜଣକ ହେଉଛନ୍ତି ଉତ୍ତରାଖଣ୍ଡର ରମେଶ ଭଟ୍ଟ ।

ରମେଶଙ୍କ କହିବା ଅନୁଯାୟୀ ଯେତେବେଳ ସେ ଜାଣିଲେ ଜଷ୍ଟିନ୍ ଭାରତ ଆସୁଛନ୍ତି ସେତେବେଳେ ସେ ବହୁତ ଖୁସି ହୋଇଯାଇଥିଲେ । ଆଉ ସବୁକିଛି ଛାଡି ଗତ ଏକ ସପ୍ତାହ ହେବ ମୁମ୍ବାଇରେ ଡେରା ପକାଇଛନ୍ତି । ଲଗାତାର ଜଷ୍ଟିନ୍ ରହୁଥିବା ହୋଟେଲର ଚକ୍କର କାଟୁଛନ୍ତି । ରମେଶ ଦିଲ୍ଲୀର ଏକ କମ୍ପାନୀରେ କାମ କରନ୍ତି । ତେବେ ଜଷ୍ଟିନଙ୍କୁ ଗୋଟିଏ ଝଲକ୍ ପାଇଁ ମାତ୍ର ୩ ମାସ ତଳେ ପାଇଥିବା ଚାକିରୀ କୁ ଛାଡିଦେଇଛନ୍ତି ରମେଶ ।